ଗାଈଗୋରୁଙ୍କ ପାଇଁ ହେଉଛି ଆଧାର କାର୍ଡ, ମିଳୁଛି ଏମିତି ସୁବିଧା

ଲକ୍ଷ୍ନୌ: ମଣିଷଙ୍କ ପାଇଁ ଆଧାର କାର୍ଡ କରାଯିବା ସମସ୍ତେ ଜାଣନ୍ତି । ହେଲେ ଏବେ ଗୃହପାଳିତ ପଶୁ ଗାଈଙ୍କ ପାଇଁ କରାଯାଉଛି ଆଧାର କାର୍ଡ। ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ପ୍ରତି ଗୋରୁଙ୍କର ଆଧାର କାର୍ଡ କରୁଛନ୍ତି । ସମସ୍ତ ଗୋରୁଙ୍କର କାନରେ ଟ୍ୟାଗିଂ କରାଯାଉଛି । ଏଥିସହ ମାଗଣାରେ ଟୀକାକରଣ ବି କରାଯାଉଛି।

ଉତ୍ତରପ୍ରଦେଶର ଏକ ଗାଁରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।  ବୁଲା ଗୋରୁ ଏବଂ ପଶୁପାଳକ ମାନେ ରଖିଥିବା ଗାଈଗୁଡିକର କାନରେ ଲଗାଯାଉଛି ୧୨ ଟିକିଆ ଆଧାର କାର୍ଡ ନମ୍ବର । ଏଥିରେ ଗୋରୁର ବୟସ, ଶରୀର, ରଙ୍ଗ, ଉଚ୍ଚତା ଭଳି ସମସ୍ତ ତଥ୍ୟ ରହିଛି । ୟୁପି ପଶୁ ସମ୍ପଦ ବିଭାଗର କର୍ମକର୍ତ୍ତା, ପ୍ରାଣୀଧନ ଅଧିକାରୀ, ଗୋମିତ୍ର ପ୍ରମୁଖ ଗାଁ ଗାଁ ବୁଲି ଟ୍ୟାଗିଂ କରୁଛନ୍ତି।

ଗାଈ ଗୋରୁଙ୍କର ଏପରି ଇଅର ଟ୍ୟାଗିଂକୁ ପଶୁପାଳକ ମାନେ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ଗାଈର ମାଗଣାରେ ଡାକ୍ତରୀ ଚିକିତ୍ସା ହୋଇପାରୁଛି । ପୂର୍ବରୁ କୌଣସି ରୋଗ ହେଲେ ସେଥିପାଇଁ ପ୍ରାଣୀଧନ ଅଧିକାରୀଙ୍କୁ ଡାକିବାକୁ ପଡୁଥିଲା । ହେଲେ ଇଅର ଟ୍ୟାଗିଂ ପରେ କେବଳ ଆଧାର ନମ୍ବର କହିଦେଲେ ପଶୁ ଡାକ୍ତର ଆସି ମାଗଣାରେ ଚିକିତ୍ସା କରୁଥିବା ପଶୁପାଳକମାନେ କହିଛନ୍ତି।  ଏଥିସହ ବାହାରେ ଚରିବା ବେଳେ ଯଦି ଗାଈଟି ହଜିଯାଉଛି, ତେବେ ସହଜରେ ମିଳିଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପଶୁପାଳକ।

ୟୁପିରେ ଏହି ଅଭିଯାନ ଗତ ୧୦ ମାସ ଧରି ଚାଲିଛି । ତେବେ ଗାଈଙ୍କ ପାଇଁ ଆଧାର କାର୍ଡ କରିବାରେ ମଧ୍ୟପ୍ରଦେଶ ହେଉଛି ପ୍ରଥମ ରାଜ୍ୟ। ଏହାପରେ ଉତ୍ତର ପ୍ରଦେଶରେ ଏପରି ହେଉଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like