ଯୁବକଙ୍କ ଅଶାଳୀନ ବ୍ୟବହାରରେ ଅତିଷ୍ଠ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୋଲିସ କହିଲା ଜମି ବିବାଦ

ଭୋପାଳ: ହାଥରସ ଗ୍ୟାଙ୍ଗରେପ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଉଠୁଛି। ହେଲେ ଦେଶରେ ମହିଳାଙ୍କ ସହ ଅପରାଧ କମିବାର ନାଁ ଧରୁନାହିଁ।

ଉତ୍ତରପ୍ରଦେଶ ଗୋରଖପୁର ନିକଟ ମହାରାଜଗଞ୍ଜ ଜିଲ୍ଲାରେ ଜଣେ ୨୨ ବର୍ଷିୟ ଯୁବତୀ ଗୁରୁବାର ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି, ପଡୋଶୀ ପରିବାରର ୪ ଜଣ ଯୁବକ ତାଙ୍କୁ ନିୟମିତ ଦୁର୍ବ୍ୟବହାର କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ଯୁବତୀଜଣକ ଏପରି ଉଦ୍ୟମ କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏଠାରେ ବି ପୋଲିସର ଭୂମିକାକୁ ନେଇ ସନ୍ଦେହ ଦେଖା ଦେଇଛି। ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ଯୁବକଙ୍କ ହରକତ ନୁହେଁ ବରଂ ଜମି ବିବାଦ ବୋଲି କହୁଛି। ଏବେ ଯୁବତୀ ମହରାଜଗଞ୍ଜର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷେ ଯୁବତୀଙ୍କ ମା’ ପୋଲିସର ଏପରି ଦାବିକୁ ଖଣ୍ଡନ କରି କହିଛନ୍ତି। ତାଙ୍କ କହିବା ଅନୁଯାୟୀ,  ଯୁବକମାନେ ବାରମ୍ବାର ହଇରାଣ କରିବାରୁ  ଯୁବତୀଙ୍କ ପିତା କ୍ଷୁବ୍ଧ ତଥା ଭୟଭୀତ ହୋଇ ଯାଇଥିଲେ। ସେ ରାଗିଯାଇ ‘ଝିଅକୁ ମୋର ମାରିଦେଇ ଜେଲ ଚାଲିଯିବି’ ବୋଲି ଯୁବକମାନଙ୍କୁ କହିଥିଲେ। ବାପାଙ୍କର ଏପରି କଥାରେ ଦୁଃଖିତ ହୋଇ ଝିଅ ଏପରି କାଣ୍ଡ କରିଥିବା ମା’ କହିଛନ୍ତି।

ମା’ଙ୍କ କହିବା ଅନୁଯାୟୀ, ଅଗଷ୍ଟ ୧୭ ତାରିଖ ୪ ଜଣ ପିଲା ତାଙ୍କ ଝିଅଙ୍କୁ ହଇରାଣ କରିଥିଲେ। ଏ ନେଇ ପରିବାର ଲୋକେ ଅଗଷ୍ଟ ୧୯ ତାରିଖ ଥାନାରେ ଏଫଆଇଆର ଦେଇଥିଲେ। ଏହାର ପରେ ୨୯ ତାରିଖ ପୁଣି ଯୁବକମାନେ ଝିଅକୁ ହଇରାଣ କରିଥିଲେ।

ତେବେ ମହାରାଜଗଞ୍ଜ ପୋଲିସ ଅଧିକ୍ଷକ ପ୍ରଦୀପ ଗୁପ୍ତା କହିଛନ୍ତି,କୋଠିଭରୀ ଥାନା ଅନ୍ତର୍ଗତ ୨ ପରିବାର ମଧ୍ୟରେ ଜମି ବିବାଦ ଲାଗି ରହିଛି। ଅଗଷ୍ଟ ୧୮ ତାରିଖ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ଉଭୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like