ଦେହ ବ୍ୟବସାୟୀଙ୍କୁ କରୋନା, କ୍ୱାରେଣ୍ଟିନ୍‌ରେ ଗଲେ ପୁଲିସ୍‌ କର୍ମୀ

ଉଦୟପୁର: ରାଜସ୍ଥାନ ଉଦୟପୁରରେ ଦେହ ବ୍ୟବସାୟରେ ସାମିଲ ଜଣେ ଯୁବତୀଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଜୁଲାଇ ୧ରେ ପୁଲିସ୍‌ ଚଢ଼ଉ କରି ଦେହ ବ୍ୟବସାୟରେ ସାମିଲ ନେଇ ୭ଜଣ ଯୁବତୀ ଓ କିଛି ଲୋକଙ୍କୁ ଗିରଫ କରିଥିଲା।

ଏହି ଘଟଣା ପରେ ପୁଲିସ୍‌ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। କାରଣ ଚଢ଼ଉ ବେଳେ ପୁଲିସ୍‌ର ଏକ ବଡ଼ ଟିମ୍‌ ସାମିଲ ହୋଇଥିଲେ।

ସୂଚନା ଅନୁସାରେ, ଜୁଲାଇ ୧ରେ ଉଦୟପୁରର ୩ଟି ସ୍ଥାନରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରି ଦେହ ବ୍ୟବସାୟରେ ସାମିଲ ଥିବା ୭ ଜଣ ଯୁବତୀଙ୍କ ସମେତ ୧୯ଜଣଙ୍କୁ ଗିରଫ କରିଥିଲା। ସୁଖେର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ମଧ୍ୟ ପୁଲିସ୍‌ ଚଢ଼ଉ କରିଥିଲା ଓ ଏହି ଘଟଣାରେ ଗିରଫ ଜଣେ ଯୁବତୀଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି।

ସମ୍ପୃକ୍ତ ଯୁବତୀଙ୍କ କରୋନା ପଜିଟିଭ୍‌ ଆସିବା ପରେ ଚଢ଼ଉରେ ସାମିଲ ୧୦ରୁ ଅଧିକ ପୁଲିସ୍‌ କର୍ମୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ଏହାସହ ପୁଲିସ୍‌ ଷ୍ଟେସନକୁ ସାନିଟାଇଜ୍‌ କରାଯିବା ସହ ଷ୍ଟାଫ୍‌ଙ୍କ କରୋନା ସାମ୍ପଲ୍‌ ନିଆଯାଇଛି।

ସୂଚନାଥାଉ କି, କରୋନା ପଜିଟିଭ୍‌ ଆସିଥିବା ସମ୍ପୃକ୍ତ ଯୁବତୀଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ଏବେ ଉକ୍ତ ଯୁବତୀଙ୍କ ଯୋଗାଯୋଗରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ୍‌ କଣ୍ଟାକ୍ଟସ୍‌ ଟ୍ରେସିଂ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like