କରୋନାରେ ଆକ୍ରାନ୍ତ ୩ ଦିନର ଶିଶୁ ଓ ତାଙ୍କ ମା’

ମୁମ୍ବାଇ: ମହାମାରୀ କରୋନା ଭାଇରସ ଏବେ ବେଡ୍‌ ମାଧ୍ୟମ ଦେଇ ମଣିଷ ଶରୀରରେ ପ୍ରବେଶ କରିଛି। ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ୩ ଦିନର ଶିଶୁ ପୁତ୍ର ଓ ତାଙ୍କ ୨୬ ବର୍ଷୀୟ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କୋଭିଡ-୧୯ରେ ପୀଡ଼ିତ ହୋଇ ଜଣେ ବ୍ୟକ୍ତି ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଡିସଚାର୍ଜ ହେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କ ବେଡ୍‌କୁ ସାନିଟାଇଜ କରାଯାଇଥିଲା। ତଥାପି କରୋନା ଭାଇରସ ବେଡ୍‌ ମଧ୍ୟରେ ବଞ୍ଚି ରହିଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷ ଏହା ନ ଜାଣି ପାରି ଉକ୍ତ ମହିଳା ଏବଂ ତାଙ୍କ ୩ ଦିନର ଶିଶୁଙ୍କୁ ସେଠାରେ ରଖିଥିଲେ। ହେଲେ ଆଜି ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ମଙ୍ଗଳବାର ମା’ ଓ ଶିଶୁଟିକୁ କୁର୍ଲା ବାହା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରୁ ପୁଣିଥରେ ଉଭୟଙ୍କୁ କସ୍ତୁରବା ହସ୍ପିଟାଲର ନୋଡାଲ ସେଣ୍ଟରକୁ ଅଣାଯାଇଛି। ଏହି ଠାରେ କରୋନା ରୋଗୀମାନେ ଚିକିତ୍ସିତ ହେଉଛନ୍ତି।

You might also like