ଗାଁରେ ନାହାନ୍ତି ଜଣେ ବି ମୁସ୍‌ଲିମ, ହେଲେ ମସ୍‌ଜିଦ୍‌ରୁ ନିୟମିତ ଶୁଭେ ନମାଜ ସ୍ୱର

ପାଟନା: ହିନ୍ଦୁ-ମୁସ୍‌ଲିମ୍‌ ମଧ୍ୟରେ ସାଂପ୍ରଦାୟିକ ଉତ୍ତେଜନା ଦିନ ବଢବାରେ ଲାଗିଛି। ସାମାନ୍ୟ କଥାକୁ ନେଇ ପରିସ୍ଥିତି ଏତେ ଭୟଙ୍କର ରୂପ ନେଉଛି ଯାହା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ।  ହେଲେ ବିହାରର ନାଳନ୍ଦା ଜିଲ୍ଲାରେ ରହିଛି ଏମିତି ଏକ ଗାଁ ଯେଉଁଠି ହିନ୍ଦୁ-ମୁସ୍‌ଲିମ୍‌ ଭାଇଚାରା ସାରା ବିଶ୍ୱକୁ ଦେଇଛି ଏକତାର ବାର୍ତ୍ତା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି,ଏହି ଗାଁରେ ଜଣେ ବି  ମୁସ୍‌ଲିମ ପରିବାର ନାହାନ୍ତି, ହେଲେ ଗାଁରେ ଥିବା ମସ୍‌ଜିଦ୍‌ରେ ନିୟମ ଅନୁସାରେ ଦିନକୁ ୫ ଥର ନମାଜ ପଢାଯାଏ । ଆଉ ଏହି କାମ ସବୁ ହିନ୍ଦୁ ସଂପ୍ରଦାୟ ଲୋକ ହିଁ କରିଥାନ୍ତି।

ଏହି ଗାଁ ହେଉଛି ନାଳନ୍ଦା ଜିଲ୍ଲାର ବେନ୍‌ ଉପଖଣ୍ଡର ମାଡି ଗାଁ। ଏହି ଗାଁରେ କେବଳ ହିନ୍ଦୁ ସଂପ୍ରଦାୟର ଲୋକ ହିଁ ରୁହନ୍ତି। କିନ୍ତୁ  କାହିଁ କେଉଁ କାଳରୁ ଏଠାରେ ମସ୍‌ଜିଦ୍ ଶୋଭା ପାଇ ଆସୁଛି। ଗାଁରେ ମୁସ୍‌ଲିମ ସଂପ୍ରଦାୟ କେହି ନ ଥିଲେ ମଧ୍ୟ ଗାଁ ଲୋକେ କେବେ ଏହି ମସ୍‌ଜିଦକୁ ଉପେକ୍ଷା କରି ନାହାନ୍ତି। ବରଂଏହାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଏହାର ପରିସର ସକାଳ ଓ ସନ୍ଧ୍ୟାରେ ଦୁଇଥର  ଓଳାଇଥାନ୍ତି।, ମସ୍‌ଜିଦ୍‌ରେ ନିୟମିତ ସମୟ ବ୍ୟବଧାନରେ ରଙ୍ଗ ଦେଇଥାନ୍ତି।  ଏପରିକି ରୀତିନୀତି ଅନୁସାରେ ନମାଜ ପାଠ ଓ ଅନ୍ୟନ୍ୟ ଧାର୍ମିକ କାର୍ଯ୍ୟ ମଧ୍ୟ ହିନ୍ଦୁମାନେ କରି ଆସୁଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏଠାରେ ବହୁ ବର୍ଷ ପୂର୍ବେ ମୁସ୍‌ଲିମ ସଂପ୍ରଦାୟର ଲୋକେ ରହୁଥିଲେ। ସମୟକ୍ରମେ ସେମାନେ ଗାଁ ଛାଡି ଚାଲିଗଲେ ହେଲେ ମସ୍‌ଜିଦ୍‌ ଏଠାରେ ରହିଗଲା।

ଗ୍ରାମବାସୀ କୁହନ୍ତି, ମୁସ୍‌ଲିମ ସଂପ୍ରଦାୟର ଅନେକ ପରମ୍ପରା ରହିଛି ଯାହା ସେମାନେ ଜାଣି ନାହାନ୍ତି। କିନ୍ତୁ ଇଣ୍ଟରନେଟ ଓ ପେନ୍‌ ଡ୍ରାଇଭ ସହାୟତାରେ ସେସବୁ କରୁଛନ୍ତି। ଏପରିକି ଏହି ମସ୍‌ଜିଦ୍‌ ସେମାନଙ୍କ ବିଶ୍ୱାସ ଏବଂ ଆସ୍ଥା ସହ ଜଡ଼ିତ ବୋଲି କହନ୍ତି ଏହି ଗାଁର ଲୋକେ।

ଗାଁର କୌଣସି ଶୁଭ କାମ ହେଉ ବା କୌଣସି ପୂଜାବ୍ରତ ହେଉ, ହିନ୍ଦୁ ପରିବାରର ଲୋକେ ମସ୍‌ଜିଦ୍‌କୁ ଆସି ଦର୍ଶନ କରିଥାନ୍ତି।

ଏହି ମସ୍‌ଜିଦ କିଏ ଏବଂ କେବେ କରିଥିଲା ତାର କୌଣସି ସ୍ପଷ୍ଟ ହିସାବ ନାହିଁ। ତେବେ ପୂର୍ବପୁରୁଷଙ୍କ କହିବା ଅନୁଯାୟୀ ଏହା ପ୍ରାୟ୨୦୦-୨୫୦ ବର୍ଷର ପୁରୁଣା ମସ୍‌ଜିଦ୍‌ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ।

 

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like