କନ୍ୟା ଲାପଟପ୍‌ ଧରି ଅଫିସ୍ କାମରେ ବ୍ୟସ୍ତ, ପାଖରେ ବୋର୍ ହେଉଛି ବର: ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସମସ୍ତଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି। କର୍ମଚାରୀମାନେ ଘରେ ରହି କାମ କରିବାକୁ କମ୍ପାନୀଗୁଡ଼ିକ କହିଛନ୍ତି। ସାମାଜିକ ଦୂରତା ନିୟମକୁ ପାଳନ କରି ସଂକ୍ରମଣର ବିପଦକୁ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟଠାରୁ ଆରମ୍ଭ କରି ବିବାହ, ବ୍ରତଘର ପର୍ଯ୍ୟନ୍ତ ସବୁକିଛି ଏକ ଛୋଟ ବ୍ୟାପାରରେ ପରିଣତ ହୋଇଛି।

ଏହି ସମୟରେ ବିବାହ କରୁଥିବା ବ୍ୟକ୍ତି ବହୁ ହଇରାଣ ହେଉଛନ୍ତି। ଏହି ଭଳି ଏକ ବାହାଘର ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି କେବେ ନିଆଗଲା ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଭିଡିଓରେ ଯାହା ଦେଖାଯାଉଛି ତାହା ଆଜିର ପରିସ୍ଥିତି ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ହୋଇଛି।

ଏହି ଭିଡିଓଟି ହେଉଛି ବର ପାଖରେ ବସି ଲାପଟପ୍ ଧରି କାମ କରୁଥିବା ଜଣେ କନ୍ୟାଙ୍କର। କନ୍ୟା ଜଣକ ଯେତେବେଳେ ବର ପାଖରେ ରହି ଅତିଥିମାନଙ୍କର ଆଶୀର୍ବାଦ ନେବା କଥା ସେ ସମୟରେ ସେ କାର୍ଯ୍ୟ କରୁଛନ୍ତି। କନ୍ୟା ଫୋନରେ କୌଣସି ବ୍ୟକ୍ତିଙ୍କ ନିର୍ଦ୍ଦେଶ ଶୁଣୁଥିବା ପରି ଦେଖାଯାଉଛି। ବର ତାଙ୍କ ପାଖରେ ବସି କଲ୍ ଶେଷ ହେବାକୁ ଅପେକ୍ଷା କରିଛନ୍ତି। ଏଥିରୁ ଭଲ ଭାବେ ବୁଝା ଯାଉଛି ଯେ କରୋନା ମହାମାରୀ ସମୟରେ ଘରେ ରହି କାମ କରିବା କର୍ମଚାରୀଙ୍କ ପାଇଁ କେତେ କଷ୍ଟକର ହୋଇଛି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like