ୱେଡିଙ୍ଗ୍ ଗିଫ୍ଟରେ ମିଳିଲା ଏମିତି କିଛି…

ଚେନ୍ନାଇ: ୱେଡିଙ୍ଗ୍ ଗିଫ୍ଟ ନେଇ ସମସ୍ତେ ଟିକେ ଚିନ୍ତାରେ ପଡ଼ିଯାଆନ୍ତି। କାହିଁକି ନା ସମସ୍ତେ ଚାହାଁନ୍ତି କି ୱେଡିଙ୍ଗ୍ ଗିଫ୍ଟ ଟିକେ ସ୍ପେଶାଲ୍‌ ହେବା ଉଚିତ୍‌। ଆଉ ଯଦି କୌଣସି ବନ୍ଧୁର ବିବାହ କଥା ଉଠେ ତେବେ ଗିଫ୍ଟରେ ଅନେକ ଜିନିଷ ଦେବାକଥା ମନକୁ ଆସିଥାଏ। ୱେଡିଙ୍ଗ୍ ଗିଫ୍ଟକୁ ନେଇ ଏମିତି ଜଣେ ବ୍ୟକ୍ତିଙ୍କ ମନକୁ ଏମିତି କିଛି ବୁଦ୍ଧି ଆସିଲା ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ୱେଡିଙ୍ଗ୍ ଗିଫ୍ଟରେ ପେଟ୍ରୋଲ୍‌। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ବିବାହରେ ୱେଡିଙ୍ଗ୍‌ ଗିଫ୍ଟ ଭାବେ ୫ଲିଟର ପେଟ୍ରୋଲ୍‌ ଗିପ୍ଟ କରିଛନ୍ତି। ତାମିଲନାଡୁରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି।

ନବ ଦମ୍ପତି ତାଙ୍କ ବିବାହରେ ଆମନ୍ତ୍ରିତ କରିଥିବା ଅତିଥିଙ୍କ ମଧ୍ୟରୁ ବରର ସାଙ୍ଗ ଯିଏକି ଏହି ପ୍ରେଟ୍ରୋଲ୍‌ ଗିଫ୍ଟ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଉକ୍ତ ବ୍ୟକ୍ତି ଜଣକ ଯେତେବେଳେ ତାଙ୍କ ବନ୍ଧୁଙ୍କୁ ପେଟ୍ରୋଲ୍‌ ଗିଫ୍ଟ କରିଥିଲେ, ସେତେବେଳେ ସେହି ସମୟରେ ପୂରା ପରିବେଶ ହାସ୍ୟମୟ ହୋଇଯାଇଥିଲା।

ପ୍ରେଟ୍ରାଲ୍‌ ଓ ଡିଜେଲ୍‌ ଦର ଯେଉଁଭଳି ଭାବରେ ଦିନକୁ ଦିନ ବଢ଼ିବାରେ ଲାଗଛି, ତେଣୁ ପ୍ରେଟ୍ରୋଲ୍‌ ଗିଫ୍ଟ କରିବା ଘଟଣା ସ୍ୱାଭାବିକ।

You might also like