ଅନଲାଇନରେ ବିକ୍ରି ହେଉଛି ବୁଦ୍ଧବେଶୀ ଡୋନାଲ୍ଡ‌ ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି

ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି।  ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି।

ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଗାଉନ୍‌ ପିନ୍ଧି ଆଖି ବନ୍ଦ କରି ଟ୍ରମ୍ପଙ୍କ ଧ୍ୟାନରତ ପ୍ରତିମୂର୍ତ୍ତିର ଚାହିଦା କହିଲେ ନସରେ । ଧଳା ମୂର୍ତ୍ତିରେ ଟ୍ରମ୍ପ ତଳକୁ ଚାହିଁ ଚକା ପକାଇ ଧ୍ୟାନ ମୁଦ୍ରାରେ ବସିଥିବା ଦେଖିବାକୁ ମିଳିଛି । ଚାଇନିଜ୍ ଅନଲାଇନ୍ କଂପାନୀରେ ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହାକୁ ବିକ୍ରି କରାଯାଉଛି।  ଟ୍ରଂପଙ୍କ ବୁଦ୍ଧ ଷ୍ଟାଚ୍ୟୁର ଦାମ୍ ରହିଛି ଭାରତୀୟ ମୁଦ୍ରାରେ ୧୧ ହଜାରରୁ ୪୪ ହଜାର ଟଙ୍କା । ମୂର୍ତ୍ତିର ସାଇଜକୁ ନେଇ ରହିଛି ଦାମ୍ । ଛୋଟ ଷ୍ଟାଚ୍ୟୁର ୧.୬ ମିଟରର ହୋଇଥିବା ବେଳେ ଏହାର ବଡ଼ ମଡେଲର ଉଚ୍ଚତା ରହିଛି ୪.୬ ମିଟର।

ଆମେରିକା ରାଷ୍ଟ୍ରପତି ଥିବା ବେଳେ ଚୀନ୍ ସହ ଟ୍ରମ୍ପଙ୍କ ସଂପର୍କ ସେତେଟା ଭଲ ନଥିଲେ ବି ଏବେ କିନ୍ତୁ ଚାଇନାର ଅନ୍ଲାଇନ୍ ସପିଂ ସାଇଟରେ ଟ୍ରମ୍ପଙ୍କ ଏହି ମୂର୍ତ୍ତିର ରହିଛି ଢେର୍ ଚାହିଦା । ଏଭଳି ମୂର୍ତ୍ତି ନିର୍ମାଣ ପଛର କାରଣ ସଂପର୍କରେ କହିଛନ୍ତି ଏହାର ନିର୍ମାତା ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଥିବା ବେଳେ ଦେଇଥିଲେ ମେକ୍ ଆମେରିକା ଗ୍ରେଟ୍ ଏଗେନରେ ଆହ୍ୱାନ।

ସେହି ଉକ୍ତି ଆଧାରରେ ଏହି ଷ୍ଟାଚ୍ୟୁର ଟ୍ୟାଗ୍ ଲାଇନ୍ ରହିଛି ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ । ବିକ୍ରେତା  ପାଖାପାଖି ୧୦୦ଟି ପ୍ରତିମା ନିର୍ମାଣ କରିଥିଲେ, ଆଉ ସେଥିରୁ ଅନେକ ଗୁଡ଼ିଏ ବିକ୍ରି ହୋଇଗଲାଣି। ବିକ୍ରେତାଙ୍କ କହିବା କଥା, ଲୋକମାନେ ଏହାକୁ କେବଳ ମଜା ମସ୍ତି ପାଇଁ କିମ୍ବା ଘର ସଜାଇବା ପାଇଁ କିଣି ନେଉଛନ୍ତି ।

You might also like