ହୋଟେଲ ନାଁରେ ଖରାପ ମନ୍ତବ୍ୟ ଦେବାରୁ ହୋଇପାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ଜଞ୍ଜାଳମୟ ଜୀବନରୁ ଟିକେ ଫୁରସତ୍ ମିଳିଲେ ଆମେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିଥାଉ। ଆଉ ଏହି ଅବସରରେ ହୋଟେଲରେ ରହଣି ଆହୁରି ମଜାଦାର। ଅନେକ ଲୋକ ହୋଟେଲର ଭଲ ମନ୍ଦ ନେଇ ସେମାନଙ୍କର ମତ ମଧ୍ୟ ଦେଇଥାନ୍ତି। ଯାହା ଫଳରେ ଲୋକେ ସେଠାକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। କିନ୍ତୁ ଥାଇଲ୍ୟାଣ୍ଡର ଏକ ହୋଟେଲ ସମ୍ପର୍କରେ ଆମେରିକାର ଜଣେ ବ୍ୟକ୍ତି ନକାରାତ୍ମକ ମତ ପୋଷ୍ଟ କରିବା ପରେ ତାଙ୍କୁ ଜେଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଥାଇଲ୍ୟାଣ୍ଡରେ ଇଂରାଜୀ ଶିକ୍ଷା ଦେଉଥିବା ଆମେରିକୀୟ ଏକ୍ସପର୍ଟ ୱେସଲି ବର୍ଣ୍ଣସ୍ କୋହ ଚାଙ୍ଗ ଦ୍ୱୀପରେ ଥିବା ସାଗର ଭ୍ୟୁ କୋହ ଚାଙ୍ଗ ରିସର୍ଟ ସମ୍ୱନ୍ଧରେ ଏକ ନକାରାତ୍ମକ ସମୀକ୍ଷା ଲେଖିଥିଲେ। ସେ ରେଷ୍ଟୁରାଣ୍ଟରୁ କମ୍‌ ଦାମ୍‌ର ମଦ କିଣିଥିଲେ। ହେଲେ ହୋଟେଲ କର୍ମଚାରୀ ତାଙ୍କଠାରୁ ଅଧିକ ୧୫ ଡଲାର୍ ଆଦାୟ କରିବା କଥା ସେ ଲେଖିଥିଲେ।

ତେବେ ଉକ୍ତ ହୋଟେଲର କହିବା ଅନୁଯାୟୀ, ଏହି ବ୍ୟକ୍ତି ଫି ବିଷୟରେ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ହୋଟେଲର ବିଲ୍ ମୁତାବକ ଟଙ୍କା ଦେବାକୁ ରାଜି ହୋଇନଥିଲେ। କିନ୍ତୁ ପରେ ସେ ଏକ ନକାରାତ୍ମକ ସମୀକ୍ଷା ପୋଷ୍ଟ କରିଥିଲେ।

ଏକ ରିପୋର୍ଟରେ କୁହାଯାଇଛି ଯେ ଅନଲାଇନରେ ମିଥ୍ୟା ତଥ୍ୟ ପୋଷ୍ଟ କରି ବଦନାମ ତଥା କମ୍ପ୍ୟୁଟର କ୍ରାଇମ ଆକ୍ଟ ଉଲ୍ଲଂଘନ କରି ବ୍ୟକ୍ତି ଜଣକ ସାତ ବର୍ଷ ଜେଲରେ ରହିପାରନ୍ତି।

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

You might also like