ଟ୍ରେନ୍ ତଳୁ ବଞ୍ଚିଗଲେ ମହିଳା
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମେଟ୍ରୋରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୪୦ ବର୍ଷୀୟ ଜଣେ ମହିଳାଙ୍କୁ ମେଟ୍ରୋ ଟ୍ରେନ୍ ଆସିବାର କିଛି ସମୟ ପୂର୍ବରୁ ଟ୍ରେନ୍ ଟ୍ରାକ୍କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଟ୍ରେନ୍ର ତଳକୁ ଆସିଯାଇଥିଲେ। ଏହି ଘଟଣାଟି ୧୪ ଷ୍ଟ୍ରୀଟ୍ ୟୁନିୟନ୍ ସ୍କୋୟାରର ମେଟ୍ରୋ ଷ୍ଟେସନ୍ରେ ଘଟିଥିବା ଜଣାପଡ଼ିଛି।
ମହିଳାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଇଛି। ଟ୍ରେନ୍ର ଚକା ତଳକୁ ଆସିଯାଇଥିଲେ ମଧ୍ୟ ସେ ଆଶ୍ଚର୍ଯ୍ୟଜନକ ଭାବେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି।
ସେହି ସମୟରେ ସେଠାରେ ଥିବା ଲୋକମାନେ ଠେଲି ଥିବା ଲୋକର କାର୍ଯ୍ୟକଳାପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ୍ ତଦନ୍ତ କରିବା ପରେ ବ୍ୟକ୍ତି ଜଣକ ୨୪ ବର୍ଷୀୟ ଆଦିତ୍ୟ ୱେମୁଲାପତି ବୋଲି ଜାଣିବାକୁ ପାଇଛନ୍ତି।
ତେବେ ଆଦିତ୍ୟ ଜଣେ ବାସହୀନ ବ୍ୟକ୍ତି। ତାଙ୍କ ନାମରେ ପୂର୍ବରୁ ହତ୍ୟା ମାମଲା ରହିଥିବା ପୋଲିସ୍ କହିଛି।
ରିପୋର୍ଟ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ମହିଳାଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା କି ସେମାନଙ୍କ ମଧ୍ୟରେ ପୂର୍ବରୁ କୌଣସି ସମ୍ପର୍କ ନଥିଲା। କିନ୍ତୁ କାହିଁକି ଆଦିତ୍ୟ ଏହି ମହିଳାଙ୍କୁ ଧକ୍କା ଦେଲେ ସେ ନେଇ ଏବେ ତଦନ୍ତ ଚାଲୁରହିଛି।
ତେବେ ସେହି ସମୟରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁସାରେ ଆଦିତ୍ୟ ମହିଳାଙ୍କୁ ଧକ୍କା ଦେବା ପରେ ଏମ୍ଟିଏ ଟ୍ରେନ୍ ସର୍ଭିସ୍ର ସୁପରଭାଇଜରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।
This is crazy! All types of lawlessness happens in @NYCTSubway. Passengers nor employees are safe! pic.twitter.com/nwNEcDr8vk
— Progressive Action (@progressiveact) November 19, 2020