ରାସ୍ତାରେ ଚାଲିକି ଯାଉଥିଲେ, ହଠାତ୍‌ ଘଟିଲା ଏମିତି କିଛି…

ଜୟପୁର: କୁହାଯାଏ ଯେ ପାଦେ ପାଦେ ମୃତ୍ୟୁର ଭୟ ଥାଏ। କେତେବେଳେ ଯେ ଅଘଟଣ ଘଟିପାରେ ତାହା କେହି କହିପାରିବେ ନାହିଁ। ଏମତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହୀରେ। ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ହଠାତ୍‌ ତାଙ୍କ ସହ ‌ଏମିତି କିଛି ଘଟିଲା ଆପଣ ବି ଜାଣିଲେ ବିଶ୍ୱାସ କରିପାରିବେ ନାହିଁ।

ସିରୋହୀର ଫୁଟ୍‌ପାଥ୍‌ରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଓ ସେ ଦବି ଯାଇଥିଲେ। ନିକଟରେ ଥିବା କିଛି ଲୋକ ଏହା ଦେଖି ଦୌଡ଼ି ଆସି ତାଙ୍କୁ ତତ୍‌କ୍ଷଣାତ ଉଦ୍ଧାର କରିଥିଲେ।

ପ୍ରଥମେ ଲାଗିଥିଲା ଭୂକମ୍ପ ଯୋଗୁ ସେ ଖସି ପଡ଼ିଥିଲେ। ହେଲେ ପରେ ଜଣାପଡ଼ିଥିଲା କି, ସେଇ ରାସ୍ତାର ତଳେ ଏକ ନାଳ ଥିଲା। କୌଣସି କାରଣରୁ ଏହା ଦବିଯିବା ଫଳରେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା। ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like