ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା ପୃଥୁଳକାୟ ଶରୀର : ପ୍ରେମ ପାଇଁ ୨୭୩ କିଲୋ କମାଇଲେ ପଲ୍

ପୃଥୁଳକାୟ ଶରୀର ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା । ବ୍ରିଟେନରେ ଜଣେ ବ୍ୟକ୍ତି ପୃଥୁଳକାୟ ଶରୀର ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ । ଆଉ ଏଥିପାଇଁ ତାଙ୍କର ଯୌନ ଜୀବନ ଓ ରୋମାଣ୍ଟିକ୍ ଜୀବନ ଅସ୍ୱାଭାବିକ ହୋଇପଡ଼ିଥିଲା । ୪୪ ବର୍ଷୀୟ ପଲ ଟୁଟହିଲଙ୍କର ଏକ ଦୁର୍ଘଟଣା ପରେ ଅଚାନକ୍ ଶରୀରର ଓଜନ ବଢ଼ିବାରେ ଲାଗିଥିଲା । ତାଙ୍କର ଓଜନ ବଢ଼ି ବଢ଼ି ୩୬୮ କିଲୋରେ ପହଞ୍ଚିି ସାରିଥିଲା । ସେ ଏକପ୍ରକାର ଜୀବନ ଓ ମୃତ୍ୟୁ ସହ ଲଢ଼ୁଥିଲେ । ଫଳରେ ତାଙ୍କର ମାନସିକ ସ୍ଥିତି ବିଗିଡ଼ିବାରେ ଲାଗିଲା । ହେଲେ ସର୍ଜରୀ ପରେ ଏବେ ସ୍ଥିତି ସାଧାରଣ ହୋଇପାରିଛି ।

୨୦୧୦ରେ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପଲ ଟୁଟହିଲଙ୍କ ପିଠିରେ ଗଭୀର ଆଘାତ ଲାଗିଥିଲା । ଫଳରେ ସେ ଅନେକ ସମୟ ଧରି ବେଡରେ ଶୋଇ ରହୁଥିଲେ । ଲଗାତାର ବେଡ ରେଷ୍ଟ ଯୋଗୁଁ ତାଙ୍କର ଓଜନ ବଢ଼ିବାରେ ଲାଗିଥିଲା । ଶେଷରେ ଓଜନ ଏତେ ବଢଢ଼ିଗଲା ଯେ ସେ ଆଉ ଚଲାବୁଲା ମଧ୍ୟ କରିପାରିଲେ ନାହିଁ । ଖାଇବା ପିଇବା ପାଇଁ ମଧ୍ୟ ସ୍ତ୍ରୀ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ପାଦ ଫୁଲିବା ସହ ସବୁ ବେଳେ ମନରେ ନକରାତ୍ମକ ଚିନ୍ତାଧାରା ଆସୁଥିଲା । କୌଣସି ବି ମୁହୂର୍ତ୍ତରେ ମରିଯିବି ବୋଲି ସେ ଚିନ୍ତା କରୁଥିଲେ । ଘରେ ପଡ଼ି ପଡ଼ି ସେ ପୂରାପୁରି ବିଷାଦଗ୍ରସ୍ତ ହୋଇ ଯାଇଥିଲେ ।

ସେପଟେ ତାଙ୍କ ସ୍ତ୍ରୀ ଖୁବ ଭଲଭାବରେ ତାଙ୍କର ଯତ୍ନ ନେଉଥିଲେ । ପିଲାମାନଙ୍କ ପାଠପଢ଼ା ସହ ଘରର ସମସ୍ତ ଖର୍ଚ୍ଚ ତୁଲାଉଥିଲେ । ସ୍ତ୍ରୀକୁ ଏତେ କଷ୍ଟ ପାଉଥିବା ଦେଖି ତାଙ୍କୁ ଆହୂରି ଦୁଃଖ ଲାଗୁଥିଲା । ମନରେ ଆତ୍ମହତ୍ୟା କରିବାର ଚିନ୍ତା ବାରମ୍ବାର ଆସୁଥିଲା । ଅନେକ ବର୍ଷ ଧରି ସ୍ୱାମୀସ୍ତ୍ରୀ ଗୋଟିଏ ବେଡରେ ଶୋଇ ପାରୁନଥିଲେ । ମୋଟାପଣ ଯୋଗୁଁ ବେଡରେ ଜାଗା ହେଉନଥିଲା । ଉଭୟଙ୍କ ଯୌନ ଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଥିଲା ।

ପଲ କିନ୍ତୁ ହାର ମାନିନଥିଲେ । ସାଧାରଣ ଜୀବନ ଜିଇଁବା ପାଇଁ ମନସ୍ଥ କରିଥିଲେ । ସର୍ବପ୍ରଥମେ ଖାଦ୍ୟଶଙ୍ଖଳ ଉପରେ ଧ୍ୟାନ ଦେଇଥିଲେ ଏବଂ ପୃଷ୍ଟିକର ଖାଦ୍ୟ ଖାଇବା ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସର୍ଜରୀ ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ୨୭୩ କିଲୋ କମାଇ ପାରିଛନ୍ତି ପଲ୍ । ପୂର୍ବ ପରି ଏବେ ସେ ସହଜରେ ବୁଲାଚଲା କରିପାରୁଛନ୍ତି ଏବଂ ସାଧାରଣ ଜୀବନ ବିତାଉଛନ୍ତି ।

You might also like