୧୭୦୦ କିମି ରାସ୍ତା ଅତିକ୍ରମ ପାଇଁ ଟ୍ରକକୁ ଲାଗିଲା ୧ ବର୍ଷ
ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ କେରଳ ଥିରୁଅନନ୍ତପୁରମ୍ ପାଇଁ ଯଦି କାରରେ ଯିବାକୁ ଚାହାଁନ୍ତି ତେବେ ୧୭୦୦ କିମି ରାସ୍ତାକୁ ଲାଗିବ ୩୪ ଘଣ୍ଟା। ଯଦି ରହି ରହି ଆସିବାକୁ ଚାହିଁବେ ହୁଏତ ଆଉ କିଛି ଘଣ୍ଟା ଅଧିକ ଲାଗି ପାରେ। ହେଲେ ଏକ ଟ୍ରକ୍କୁ ଏହି ରାସ୍ତା ଅତିକ୍ରମ କରିବା ପାଇଁ ଲାଗିଲା ଦୀର୍ଘ ଏକବର୍ଷ। ଆଶ୍ଚର୍ଯ୍ୟ ଲାଗୁନି ?
ଏମିତି ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏକ ଟ୍ରକ୍କୁ ମହାରାଷ୍ଟ୍ରରୁ କେରଳ ଥିରୁଅନନ୍ତପୁରମ୍ ଆସିବା ପାଇଁ ଲାଗିଛି ୧ ବର୍ଷ। ତେବେ ୩୮ ଚକ ବିଶିଷ୍ଟ ଏହି ଟ୍ରକର ବିଶେଷତ୍ୱ ହେଉଛି, ଏହା ଉପରେ ୭୮ ଟନ୍ ଓଜନର ଏକ ମେସିନ ଲୋଡ୍ ହୋଇଛି। ଏହି ଟ୍ରକ ଦୀର୍ଘ ୧ ବର୍ଷ ପରେ ଥିରୁଅନନ୍ତପୁରମ୍ ବିକ୍ରମ ସରାଭାଇ ସ୍ପେଶ ସେଣ୍ଟରରେ ପହଞ୍ଚିଛି।
ଏଏନଆଇ ନ୍ୟୁଜ ଏଜେନ୍ସି ଅନୁସାରେ ଟ୍ରକଟି ମହାରାଷ୍ଟ୍ରରୁ ୨୦୧୯ ଜୁଲାଇ ୯ ତାରିଖ ବାହାରିଥିଲା। ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚାଇବା ପାଇଁ ଏକ ମେଶିନ Aerospace horizontal autoclave ଏହି ଟ୍ରକରେ ଲୋଡ ହୋଇଥିଲା।
ଏହି ଟ୍ରକରେ ଆସୁଥିବା ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଜୁଲାଇ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯାତ୍ରା ୪ଟି ରାଜ୍ୟ ପରିକ୍ରମା କରିବା ପରେ କେରଳରେ ଶେଷ ହୋଇଛି। ଏହି ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଏକ ପୋଲିସ ଗାଡ଼ି ମଧ୍ୟ ଆଗେ ଆଗେ ଚାଲିଥାଏ।
ସେତିକି ନୁହେଁ, ରାସ୍ତାରେ ଟ୍ରକଟି ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଏ ସେଥିପାଇଁ ରାସ୍ତାର ମରାମତି କାମ ମଧ୍ୟ କରାଯାଉଥିଲା। ଏପରକି ଟ୍ରକଟି ଆସିବା ପାଇଁ ଅନେକ ଜାଗାରେ ରାସ୍ତା ଛୋଟ ହୋଇଯାଏ। ତେଣୁ ସ୍ଥାନୀୟ ପ୍ରଶାସନଙ୍କୁ ରାସ୍ତା ଉପରୁ ଗଛ କାଟି ସଫା କରିବାକୁ ପଡ଼ୁଥିଲା। ଆଉ କେତେକ ସ୍ଥାନରେ ସ୍ଥାନୀୟ ପ୍ରଶାସନକୁ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉଠାଇବାକୁ ପଡ଼ୁଥିଲା। ସେଥିପାଇଁ ଟ୍ରକକୁ ୩୪ ଘଣ୍ଟା ବଦଳରେ ଏକ ବର୍ଷ ଲାଗିଥିଲା ଏଠାରେ ପହଞ୍ଚିବାକୁ।
ବିକ୍ରମ ସରାଭାଇ ସ୍ପେଶ ସେଣ୍ଟରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଟ୍ରକ୍ରେ ଯେଉଁ ମେଶିସ୍ ଲୋଡ ହୋଇଛି ତାହାକୁ ଅଲଗା ଅଲଗା ଅଣାଯାଇ ପାରିବ ନାହିଁ। ତେଣୁ ଏକାଠି ଆସୁଥିବାରୁ ଏତେ ବିଳମ୍ବ ହେଲା। ଯାହା ବି ହେଉ, ଶେଷରେ ଏହା ପହଞ୍ଚି ଯାଇଥିବାରୁ ଆମେ ବହୁତ୍ ଖୁସି ବୋଲି ସେ କହିଛନ୍ତି।
We’re using rope to carry cargo’s weight. It’s being pulled by two axels, front & back, both have 32 wheels each & puller has 10 wheels. Puller is pulling it all. Drop deck weighs 10 tonnes & cargo weighs 78 tonnes. Weight is being distributed in two axels: Staff with the cargo https://t.co/m2Ll3ck4fI pic.twitter.com/jQgiQTCepS
— ANI (@ANI) July 19, 2020