ଆଶ୍ଚର୍ଯ୍ୟ ! ହଠାତ୍‌ ଗୋଲାପୀ ରଙ୍ଗ ହୋଇଗଲା ଏହି ଦ୍ରଦର ଜଳରାଶି

ଔରଙ୍ଗାବାଦ: କିଛିଦିନ ତଳେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ନଜର ଆସିଥିଲା। ଏବେ ପୁଣି ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଲୋନାର୍‌ ହ୍ରଦ ହଠାତ୍‌ ଗୋଲାପୀ  ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ଦୃଶ୍ୟ ପ୍ରତ୍ୟେକ ଦେଖଣାହାରୀଙ୍କୁ  ଆଶ୍ଚର୍ଯ୍ୟ କରିଛି।

ମୁମ୍ବାଇ ଠାରୁ ପ୍ରାୟ ୫୦୦ କି.ମି. ଦୂରରେ ରହିଛି ବୁଲ୍‌ଧାନା ଜିଲ୍ଲାର ଲୋନାର୍‌ ହ୍ରଦ ।  ଏହା ପପୁଲାର୍‌ ଟୁରିଷ୍ଟ୍ ହବ୍‌ ମଧ୍ୟ। ଏପରିକି ଏହି ଲୋକପ୍ରିୟ ହ୍ରଦ ବୈଜ୍ଞାନିକମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ।

ହଠାତ୍‌ ହ୍ରଦର ଜଳରାଶିର ରଙ୍ଗରେ ପରିବର୍ତ୍ତନ ନେଇ, ଏହା ଖାଲି ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିନାହିଁ,  ପ୍ରକୃତି ପ୍ରେମୀଙ୍କଠୁ ଆରମ୍ଭ କରି ବୈଜ୍ଞାନିକମାନଙ୍କୁ ମଧ୍ୟ ଆଚମ୍ବିତ କରିଛି।

ପାଖାପାଖି ୫୦,୦୦୦ ବର୍ଷ ପୂର୍ବେ ଏଭଳି କିଛି ଘଟଣା ଘଟିଥିଲା ବୋଲି କୁହାଯାଉଛି । ଜଳରାଶିରେ ଲବଣତା(ଲୁଣିଆ) ଏବଂ Algae ଯୋଗୁ ଏ ଭଳି ଘଟିଥିବା ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ଦ୍ରଦର ଜଳରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଆସିନାହିଁ, ଏହା ପୂର୍ବରୁ ମଧ୍ୟ ଅନେକଥର ଆସିଛି। ତେବେ ଏଥର ଏହାର ଦୃଶ୍ୟ ଅଧିକ ଚମତ୍କାର ଥିଲା।

ଯଦି ଆମେ ପୂର୍ବ ବର୍ଷ ଗୁଡ଼ିକ ସହ ତୁଳନା କରିବା, ତା’ହେଲେ ବର୍ତ୍ତମାନ ଲୋନାର୍‌ ହ୍ରଦରେ ଜଳରାଶି ବହୁତ କମ୍‌ ଅଛି। ବର୍ଷା ନ ହେବା ଯୋଗୁ ହ୍ରଦରେ ମଧୁର ଜଳରାଶିର ସ୍ତର ମଧ୍ୟ ବୃଦ୍ଧି ପାଉନାହିଁ। ଯେହେହତୁ ଜଳରାଶି କମ୍‌ ରହିଛି ତେଣୁ ଲବଣତା(ଲୁଣିଆ) ଏବଂ Algae ବୃଦ୍ଧି ପାଇଛି। ଏଥିପାଇଁ ଜଳରାଶିର ରଙ୍ଗରେ ପରିବର୍ତ୍ତନ ଘଟିଛି।

ସେହିପରି, ଯଦି କିଛି ପ୍ରାକୃତିକ ଘଟଣା ଘଟେ, ତେବେ ଜଳରାଶିର ରଙ୍ଗରେ ପରିବର୍ତ୍ତନ ହୋଇଥାଏ। ବର୍ତ୍ତମାନ ଲୋନାର୍‌ ଦ୍ରଦର ଜଳରାଶିରେ ହୋଇଥିବା ରଙ୍ଗର ପରିବର୍ତ୍ତନ ଜୈବିକ ପରିବର୍ତ୍ତନ ଯୋଗୁ ହୋଇଥିବା ଅନୁମାନ କରାଯାଉଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଆଶ୍ଚର୍ଯ୍ୟଜନକ ଦୃଶ୍ୟ ! ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ

You might also like