ଦିନ ମଜୁରିଆରୁ କୋଟିପତି

ଭୋପାଳ: ରାତାରାତି କୋଟିପତି ହେବାକୁ କିଏ ବା ନ ଚାହେଁ ? ସମସ୍ତେ ଏଭଳି ସ୍ୱପ୍ନ ଦେଖିଥାନ୍ତି। ହେଲେ ଅଳ୍ପ ଲୋକଙ୍କ ଭାଗ୍ୟରେ ଏଭଳି ଘଟିଥାଏ ଓ ସେମାନଙ୍କର ସ୍ୱପ୍ନ ପୂରଣ ହୋଇଥାଏ। ଏମିତିରେ ବି ଭାଗ୍ୟ କେତେବେଳେ କାହାର ସାଥ୍‌ ଦେବ ତାହା କେହିବି କରିପାରିବେ ନାହିଁ। ପଶ୍ଚିମବଙ୍ଗରେ ଏମିତି ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ସିଲିଗୁଡ଼ି ଜିଲ୍ଲାରେ ରହୁଥିବା ଏହି ଦିନ ମଜୁରିଆ ଗୁରୁବାର ଦିନ ଏକ ଲଟେରୀ କିଣିଥିଲେ। ଆଉ ଏହି ଲଟେରୀ ତାଙ୍କୁ ରାତାରାତି କୋଟିପତି କରାଇ ଦେଇଥିଲା। ଲଟେରୀରୁ ତାଙ୍କୁ ୧ କୋଟି ଟଙ୍କାର ପୁରସ୍କାର ମିଳିଥିଲା।

ଗୁରୁବାର ଦିନ ସମ୍ପୃକ୍ତ ବ୍ୟକ୍ତି ଜଣକ କାମ କରିବାକୁ ଯାଇଥିଲେ। ଏହି ସମୟରେ ଚା’ ପିଇବାକୁ ଏକ ଦୋକାନ ଯାଇଥିଲେ। ସେଠାରେ ସେ ୩୦ ଟଙ୍କା ଦେଇ ଏକ ଲଟେରୀ କିଣିଥିଲେ। ଏହାପରେ ଏହି ଲଟେରୀ ତାଙ୍କୁ କୋଟିପତି କରାଇ ଦେଇଥିଲା।

ଲଟେରୀ ଜିତିବା ଖବର ଶୁଣିବା ପରେ ପ୍ରଥମେ ସେ ଏହାକୁ ବିଶ୍ୱାସ କରିନଥିଲେ। କିନ୍ତୁ ପରେ ଏହି ଘଟଣାକୁ ସେ ବିଶ୍ୱାସ କରି ପରିବାର ଲୋକଙ୍କ ସହ ପୁଲିସ୍‌ ଷ୍ଟେସନରେ ଯାଇ ପହଞ୍ଚିଥିଲେ। ସେଠାରେ ପହଞ୍ଚି ପୁଲିସ୍‌କୁ ଲଟେରୀର ଏକ ଫଟୋ କପି ଦେଇଥିଲେ।

ଲଟେରୀ ଜିତିବା ପରେ ସେ କହିଛନ୍ତି, ଏହି ଲଟେରୀ ମୋ ପରିବାର ଲୋକଙ୍କ ଅଭାବ ଦୂର କରି ଦେଇଛି। ଏବେ ମୋ ପରିବାର ଖୁସିରେ ରହିବ। ଆଉ କୌଣସି ଅସୁବିଧା ରହିବ ନାହିଁ।

ସେ ଆହୁରି କହିଛନ୍ତି, ଏହି ପଇସାରେ ମୁଁ ଅଞ୍ଚଳର ବିକାଶ ଦିଗରେ ସହଯୋଗ କରିବି।

You might also like