ଯେତେବେଳେ ଫଟୋଗ୍ରାଫର ଶବର ଫଟୋ ଉଠାଉଥିଲେ, ହଠାତ୍ ଶବ ମୁହଁରୁ ବାହାରିଲା ଶବ୍ଦ, ତା’ପରେ…
ଏର୍ଣ୍ଣାକୁଲମ୍: ଏମିତି ଅନେକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷିତ ପରେ ମଧ୍ୟ ସେ ବଞ୍ଚିଥାନ୍ତି ବୋଲି ପରେ ଜଣାପଡ଼ିଥାଏ। ଆହୁରି ମଧ୍ୟ ଦେଖିବାକୁ ମିଳିଛି, ଶ୍ମଶାନରେ ଶବଦାହ ବେଳେ ଯାହାକୁ ଲୋକମାନେ ମୃତ ବୋଲି ଭାବିଥାନ୍ତି ପରେ ସେ ବଞ୍ଚିଛନ୍ତି ବୋଲି ଜଣାପଡ଼ିଥାଏ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା କାଲାମସ୍ସରୀ ଅଞ୍ଚଳରେ ଏହି ଘଟଣା ଘଟିଛି।
ଏର୍ଣ୍ଣାକୁଲମ୍ରେ ଜଣେ ଫଟୋଗ୍ରାଫର କାଗଜପତ୍ର (ପୁଲିସ୍ ଘଟଣାର ତଦନ୍ତ ପାଇଁ ଆବଶ୍ୟକୀୟ କାଗଜପତ୍ର) ପାଇଁ ଜଣେ ମୃତ ବ୍ୟକ୍ତିଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ଅଚାନକ୍ ଫଟୋଗ୍ରାଫର୍ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ତାଙ୍କର ସନ୍ଦେହ ହୋଇଥିଲା। ଯେତେବେଳେ ସନ୍ଦେହରେ ଫଟୋଗ୍ରାଫର ଜଣକ ମୃତ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ, ଜାଣିବାକୁ ପାଇଥିଲେ ଯେ ଖୁବ୍ ଧୀରେ ଧୀରେ ସେ କିଛି କହୁଛନ୍ତି। ଏହାପରେ ସେ ତତ୍କ୍ଷଣାତ ପୋଲିସ୍କୁ ଏସମ୍ପର୍କରେ ଖବର ଦେଇଥିଲେ।
ଯାହାକୁ ଲୋକମାନେ ମୃତ ବୋଲି ଭାବିଥିଲେ, ପରେ ସେ ବଞ୍ଚିଛନ୍ତି ବୋଲି ଲୋକମାନେ ଜାଣିବାକୁ ପାଇଥିଲେ। ବର୍ତ୍ତମାନ ICUରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି।
ଡାକ୍ତରଙ୍କ କହିବା କଥା, ଯଦି ଠିକ୍ ସମୟରେ ଫଟୋଗ୍ରାଫର ଜଣକ ଏହି ଶବ୍ଦ ନ ଶୁଣିଥାନ୍ତେ ଓ ତାଙ୍କ ନିକଟରେ ନ ପହଞ୍ଚିଥାନ୍ତେ ତା’ହେଲେ ହୁଏତ୍ ବ୍ୟକ୍ତି ଜଣକ ଜୀବନ ଚାଲିଯାଇଥାନ୍ତା।
ସୁଚନା ଅନୁସାରେ, ବ୍ୟକ୍ତି ଜଣକ କାଲାମସ୍ସେରୀ ନିକଟରେ ଏକ ଭଡ଼ା ଘରେ ଏକାକୀ ରୁହନ୍ତି। ରବିବାର ତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ କେହି ଆସିଥିଲେ। ତାଙ୍କୁ ଭେଟିବାକୁ ଆସିଥିବା ବ୍ୟକ୍ତି ଜଣକ ଭାବିଲେ ସେ(ଏକାକୀ ଘରେ ରହୁଥିବା) ମୃତ୍ୟୁବରଣ କରିଛନ୍ତି। ଏହାପରେ ସେ ପୋଲିସ୍କୁ ଖବର ଦେଇଥିଲେ। ଏହାପରେ ଏମିତି ଘଟଣା ଘଟିଥିଲା।