ପବ୍‌ଜି ଖେଳିବାକୁ ମନାକଲେ ବୋଲି ବାପାର ତଣ୍ଟି କାଟିଲା ପୁଅ

ବେଙ୍ଗାଲୁରୁ: ପିଶାଚ ସଜାଇଲା ପବ୍‌ଜି ନିଶା। ଭିଡିଓ ଗେମ୍ ଖେଳିବାକୁ ବାରଣ କରିବାରୁ ବାପାକୁ ହାଣି ହତ୍ୟା କଲା ପୁଅ। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ବେଲ୍‌ଗାମ୍ ଅଞ୍ଚଳରେ। ମୃତକ ହେଲେ କାକ୍ତି ଥାନା ଅଧୀନସ୍ଥ ସିଦ୍ଧେଶ୍ୱର ନଗରର ଶେକରପ୍ପା ରେଭପ୍ପା କୁମ୍ବର।

ଅଭିଯୋଗ ଅନୁସାରେ, ୪ ମାସ ତଳେ ପୁଲିସ ଚାକିରୀରୁ ଅବସର ନେଇଥିଲେ ୬୧ ବର୍ଷୀୟ ଶେକରପ୍ପା। ତାଙ୍କ ୨୧ ବର୍ଷୀୟ ପୁଅ ରଘୁବୀର ଡିପ୍ଲୋମା ପାସ୍‌ ପରେ ବେରୋଜଗାର୍‌ ହୋଇ ଘରେ ବସିରହି ସବୁବେଳେ ଭିଡିଓ ଗେମ୍‌ ଖେଳୁଥିଲେ। ତାଙ୍କୁ ଭିଡିଓ ଗେମ୍‌ର ନିଶା ଲାଗିଯାଇଥିଲା।  ଶେକରପ୍ପା ପୁଅ ରଘୁବୀରକୁ ସବୁବେଳେ ଭିଡିଓ ଗେମ୍ ଖେଳିବାକୁ ବାରଣ କରୁଥିଲେ।

ରବିବାର ପୁଅ ରଘୁବୀର ପୁଣି ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଶେକରପ୍ପା ତାଙ୍କୁ ତାଗିଦ୍‌ କରିଥିଲେ। ଏଥିରେ ବିରକ୍ତି ହୋଇ ରଘୁବୀର ପଡ଼ିଶା ଘର ଝରକା କାଚକୁ ଏକ ପଥର ଫିଙ୍ଗି ଘରୁ ବାହାରିଯାଇଥିଲେ। ପଡ଼ିଶାଘର ଲୋକେ ପୁଲିସ୍‌କୁ ଖବର ଦେବାରୁ କାକଟି ପୁଲିସ୍ ଷ୍ଟେସନ୍‌ ଉଭୟ ବାପା ପୁଅଙ୍କ ନାଁରେ ସମନ କରିଥିଲା। ଏହାପରେ ଶେକରପ୍ପା ପୁଅର ଭିଡିଓ ଗେମ୍‌ ନିଶା ଲାଗିଥିବା ପୁଲିସ୍‌କୁ କହିବାରୁ ପୁଅକୁ ପ୍ରାୟ ଘଣ୍ଟେ କାଳ ପଚରାଉଚରା କରି ପୁଲିସ୍‌ ଉଭୟଙ୍କୁ ଛାଡ଼ି ଦେଇଥିଲା।

ବାପା ପୁଅ ଘରକୁ ଫେରିବା ପରେ ପୁଣି ମୋବାଇଲ୍‌ ଧରି ଅଧରାତି ପର୍ଯ୍ୟନ୍ତ ଭିଡିଓ ଗେମ୍‌ ଖେଳୁଥିଲେ ରଘୁବୀର। ଏହା ଦେଖି ଶେକରପ୍ପା ତାକୁ ପୁଣି ତାଗିଦ୍ କରି ଶୋଇବାକୁ କହିଥିଲେ। ଏଥିରେ ଖୁବ୍‌ ଉତ୍‌କ୍ଷିପ୍ତ ହୋଇ ରାଗି ପାଚି ଲାଲ୍‌ ହୋଇଯାଇଥିଲା ରଘୁବୀର। ଆଉ ଯୋଜନା ମୁତାବକ ଭୋର୍‌ ୫ଟା ସମୟରେ ଘରର ଅନ୍ୟ ସଦସ୍ୟଙ୍କୁ ଶୋଇଥିବା ଅବସ୍ଥାରେ ଗୋଟେ ରୁମ୍‌ରେ ବନ୍ଦ କରି ପରିବା କଟା ଛୁରିରେ ବାପାଙ୍କୁ ଆକ୍ରମଣ କରିଥିଲା ପୁଅ ରଘୁବୀର।

ଛୁରି ଆଘାତରେ ଶେକରପ୍ପା ଚିତ୍କାର କରିବାରୁ ଘରେ ଥିବା ତାଙ୍କ ପତ୍ନୀଙ୍କ ନିଦ ଭାଙ୍ଗିଯାଇଥିଲା। ସେ ପଡ଼ିଶା ଘରକୁ ଡାକ ପକାଇବାରୁ ସଙ୍ଗେ ସଙ୍ଗେ ପୁଲିସ୍ ଫୋନ୍ କରିଥିଲେ ପଡ଼ିଶାଲୋକ। ପୁଲିସ୍ ପହଞ୍ଚିବା ବେଳେକୁ ଶେକରପ୍ପାଙ୍କୁ ହତ୍ୟା କରିସାରିଥିଲା ପୁଅ। ତାଙ୍କ ବାମ ଗୋଡ଼ ଓ ମୁଣ୍ଡକୁ କାଟିଦେଇଥିଲା ପିତୃହନ୍ତା ପୁଅ। ପୁଲିସ ଅଭିଯୁକ୍ତ ପୁଅକୁ ହେପାଜତକୁ ନେବା ସହ ହତ୍ୟାକାଣ୍ଡର ତନାଘନା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like