ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା

ଗୁରୁଗ୍ରାମ: ଭୁଶୁଡ଼ି ପଡ଼ିଲା ୪ ମହଲା ବିଶିଷ୍ଟ କୋଠା। ହରିୟାଣାର ଗୁରୁଗ୍ରାମର ଉଲ୍ଲାୱାସ୍ ଗାଁରେ ଆଜି ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ଯାଇଛି। ଫଳରେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ୮ ଜଣ ଫସି ରହିଥିବା ଅନୁମାନ କରାଯାଉଛି।

ବୁଲ୍‌ଡୋଜର୍‌ ସହାୟତାରେ ଭଗ୍ନାବଶେଷକୁ ସଫା କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଗାଜିଆବାଦ ଓ ଦ୍ୱାରକାର ୩ଟି ଏନ୍ଆ‌ଡିଆର୍‌ଏଫ୍‌ ଟିମ୍ ସାମିଲ ହୋଇଛନ୍ତି।

ଆଜି ଭୋର ପ୍ରାୟ ୫ଟା ବେଳେ ଉଲ୍ଲାୱାସ୍‌ରେ ଥିବା ଏହି ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ୪ ମହଲା ବିଶିଷ୍ଟ ଏହି କୋଠାର ୪ର୍ଥ ମହଲାରେ କାମ ଚାଲୁଥିଲା ବୋଲି ସୂଚନା ମିଳିଛି। ତେବେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକମାନେ କାମ କରୁଥିବା ଶ୍ରମିକମାନେ ବୋଲି କୁହାଯାଉଛି।

You might also like