ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏହି ଫେକ୍‌ ଫଟୋ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯାହାର ଶିରୋନାମାରେ କୁହାଯାଇଛି ଯେ,  AIIMS ଡାକ୍ତରମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ଫଟୋରେ ଏକ ଡାକ୍ତରୀ ଦଳ ମୃତଦେହ ଚାରିପଟେ ଦଣ୍ଡାୟମାନ ଅବସ୍ଥାରେ ନତମସ୍ତକ ହୋଇ ମୃତଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସତ୍ୟ। କିନ୍ତୁ ପ୍ରକୃତରେ ମୃତଦେହ ବାଜେପୟୀଙ୍କର ନୁହେଁ କି ଡାକ୍ତରମାନେ ମଧ୍ୟ ଦିଲ୍ଲୀ ଏମ୍‌ସର ନୁହଁନ୍ତି।

ଏହି ଫଟୋଟି ହେଉଛି ୨୦୧୨ ମସିହାର ଆଉ ଚୀନ୍‌ ଦେଶର। ଏହି ଫଟୋରେ ଚୀନ୍‌ର ଏକ ଡାକ୍ତରୀ ଦଳ ଅଙ୍ଗ ଦାନ କରିଥିବା ଏକ ରୋଗୀର ମୃତ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ମହାନ୍‌ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନ ୫ଟା ୫ ମିନିଟ୍‌ ସମୟରେ ଦିଲ୍ଲୀ ଏମ୍‌ସରେ ପରଲୋକ ଘଟିଛି। କିନ୍ତୁ ତାଙ୍କ ମୃତ୍ୟୁ ଖବର ସହ ଏହି ଫେକ୍‌ ଫଟୋ ଭାଇରାଲ ହେବାରେ ଲାଗିଛି।

ବଡ଼ କଥା ହେଉଛି ସତ୍ୟ ଉନ୍ମୋଚିତ ହେବା ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ଫଟୋକୁ ତାଙ୍କ ପୃଷ୍ଠାରେ ସ୍ଥାନ ଦେଇଛନ୍ତି।

You might also like