ପାଣି ଭିତରେ ଆରାମ କରୁଥିଲେ; ହଠାତ୍‌ ଆସିଗଲା ସାର୍କ, ତା’ପରେ…

କ୍ୟାନ୍‌ବେରା (ଅଷ୍ଟ୍ରେଲିଆ): ଡ୍ରୋନ୍‌ ବଞ୍ଚାଇଲା ସମୁଦ୍ରରେ ସର୍ଫିଙ୍ଗ୍‌ କରୁଥିବା ଜଣେ ବ୍ୟକ୍ତି(ସର୍ଫର)ଙ୍କ ଜୀବନ। ବ୍ୟକ୍ତି ଜଣକ ସମୁଦ୍ର ଭିତରେ ସର୍ଫିଙ୍ଗ୍‌ କରୁଥିବା ବେଳେ ସାର୍କ ମୁହଁରୁ ଏହି ଡ୍ରୋନ୍‌ କ୍ୟାମେରା ତାଙ୍କର ଜୀବନ ବଞ୍ଚାଇଛି। ଏହାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଅଷ୍ଟ୍ରେଲିଆର ନିୟୁ ସାଉଥ୍‌ ୱେଲ୍‌ସ୍‌ରେ ଏହି ଘଟଣା ଘଟିଛି।

କ୍ରିଷ୍ଟୋଫର୍‌ ଜୟସ୍‌ ନାମକ ଏହି ବ୍ୟକ୍ତି ଡ୍ରୋନ୍‌ ସାହାଯ୍ୟରେ ସମୁଦ୍ର ଭିତରେ ଜଣେ ସର୍ଫରଙ୍କ ଜୀବନ ବଞ୍ଚାଇଛନ୍ତି। କ୍ରିଷ୍ଟୋଫର୍‌ ସାର୍କର ଡ୍ରୋନ୍‌ କ୍ୟାମେରାରେ ଫଟୋ ଉଠାଉଥିବା ବେଳେ ପାଣିରେ ଆରାମ କରୁଥିବା ଜଣେ ସର୍ଫରଙ୍କ ପଛପଟୁ ଏକ ସାର୍କ ଆସୁଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ଡ୍ରୋନ୍‌ ସାହାଯ୍ୟରେ କ୍ରିଷ୍ଟୋଫର୍‌ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ।

ସୂଚନା ଅନୁସାରେ, କ୍ରିଷ୍ଟୋଫର୍‌ ସମୁଦ୍ର ଭିତରେ ସାର୍କର ଫଟୋ ଉତ୍ତୋଳନ କରୁଥିଲେ। ଏହି ସମୟରେ ଡ୍ରୋନ୍‌ ମାଧ୍ୟମରେ ସେ ଦେଖିବାକୁ ପାଇଥିଲେ ଏକ ସାର୍କ ସର୍ଫରଙ୍କ ଆଡ଼କୁ ଯାଉଛି। ସାଙ୍ଗେ ସାଙ୍ଗେ ସେ ଡ୍ରୋନ୍‌ର ସ୍ପିକର୍‌ ସିଷ୍ଟମ ମାଧ୍ୟମରେ ତାଙ୍କୁ ବାର୍ତ୍ତା ପଠାଇଥିଲେ। ‘ସାର୍କ, ସାର୍କ, ସାର୍କ, ପାଣି ଭିତରୁ ତୁରନ୍ତ ବାହାର ବୋଲି’ ସେ ସ୍ପିକରରେ ଜୋରରେ ଚିତ୍କାର କହିଥିଲେ। ସର୍ଫରର ଜଣକ ଏହା ଜାଣିବା ପରେ ତୁରନ୍ତ ସମୁଦ୍ର ଭିତରୁ ବାହାରକୁ ଚାଲି ଆସିଥିଲେ।

ସାର୍କର ଲମ୍ବ୧୩ ଫୁଟ୍‌ ବୋଲି କ୍ରିଷ୍ଟୋଫର୍‌ ଅନୁମାନ କରିଛନ୍ତି। ସେ କହିଛନ୍ତି, ମୁଁ ଡ୍ରୋନ୍‌ ମାଧ୍ୟମରେ ସମୁଦ୍ର ମଧ୍ୟରେ ଅନେକ ସାର୍କ ଦେଖିଛି। ହେଲେ ଏହା ପ୍ରଥମ ଘଟଣା ଯେଉଁଠି ସ୍ପିକର୍‌ ସିଷ୍ଟମ୍‌ ମାଧ୍ୟମରେ କିଛି ଚେତାବନୀ ଦେବାରେ ସକ୍ଷମ ହୋଇପାରିଛି। ଏହା ମଧ୍ୟ ପ୍ରଥମଥର ଯେଉଁଠି ମୁଁ ଦେଖିଲି ଏକ ସାର୍କ ମଣିଷ ଆଡ଼କୁ ଯାଉଛି’।

ଚଳିତ ବର୍ଷ ଜୁଲାଇରେ ଏମିତି ଏକ ଘଟଣା ଘଟିଥିଲା। ଫ୍ଲୋରିଦାର ଜଣେ ବ୍ୟକ୍ତି ଡ୍ରୋନ୍‌ ମାଧ୍ୟମରେ ସାର୍କକୁ ଦେଖିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like