’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ’

ବାପାଙ୍କୁ ବଞ୍ଚାଇବା ପାଇଁ ହସ୍ପିଟାଲ ବାହାରେ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ଝିଅ

କୋଲକାତା : ’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ, ନହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବାହାର କରିଦେବେ। ମାତ୍ର ଦୁଇ ଦିନ ହେଲା ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କର ଅବସ୍ଥା ବହୁତ ଗମ୍ଭୀର’ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଶେଷ ସମୟରେ କହୁଛନ୍ତି ଅକ୍ସିଜେନର ଅଭାବ ଦେଖାଦେଉଛି ।  ଅକ୍ସିଜେନ ଆଣିକି ଦିଅ ନହେଲେ ଆମେ ବାହାର କରିବାକୁ ବାଧ୍ୟ ହେବୁ’ । ମୃତ୍ୟୁ ସଂଘର୍ଷ କରୁଥିବା ବାପାଙ୍କ ପାଇଁ  ଅକ୍ସିଜେନ ଯୋଗାଡ଼ କରିବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଝିଅ । ସାରା ଦେଶରେ ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପତ୍ୟେକ ସ୍ଥାନରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳୁଥିବା ବେଳେ ଟିଏମସି ପ୍ରାର୍ଥୀ ତଥା ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏପରି ଏକ ମାର୍ମିକ ଘଟଣାର ଭିଡିଓ ସେୟାର କରିଛନ୍ତି ।

ମନୋଜ ତିୱାରୀ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ଜଣେ ଝିଅ ଅସୁସ୍ଥ ପିତାଙ୍କ ସହାୟତା ପାଇଁ ନିବେଦନ କରି ଡାକ୍ତରଖାନା ବାହାରେ କାନ୍ଦୁଛି । ହାତ ଯୋଡ଼ୁଛି, ବାପାଙ୍କୁ ବଞ୍ଚାଇବା ପାଇଁ କାକୁତିମିନତି ହେଉଛି । ହସ୍ପିଟାଲ ବେଡରେ ପଡ଼ି ପଡ଼ି ସଂକ୍ରମଣରେ ଛଟପଟ ହେଉଥିବା ବାପାଙ୍କୁ ଅକ୍ସିଜେନ ମିଳୁନି । ମେଡ଼ିକାଲ କର୍ତ୍ତୃପକ୍ଷ ମାନବିକତା ହରାଇ ଡିସଚାର୍ଜ କରିଦେବାକୁ କହୁଛନ୍ତି । ଏପରିସ୍ଥଳେ କରୋନା ରୋଗରେ ପୀଡିତ ବାପାଙ୍କୁ ନେଇ କୁଆଡେ ଯିବ ଝିଅ ।

ଅନ୍ୟପଟେ କରୋନା ରୋଗୀଙ୍କ ଆଉ ଜଣେ ଝିଅ କହୁଛନ୍ତି, ମୁଁ ଅମ୍ଳଜାନ ପାଇଁ ଏଠି ସେଠି ଦୌଡ଼ି ଦୌଡ଼ି ଥକି ଗଲିଣି । ଡାକ୍ତରଖାନା କର୍ମଚାରୀମାନେ ଅକ୍ସିଜେନ୍ ବ୍ୟବସ୍ଥା କରୁନାହାନ୍ତି । କେହଉଁ ଠି ଅକ୍ସିଜେନର ବ୍ୟବସ୍ଥା ହୋଇପାରୁ ନାହିଁ । ଆମେ ଏବେ କରିବୁ କ’ଣ । ବାପାଙ୍କ ଅବସ୍ଥା ଭଲ ନାହିଁ । ଭିଡ଼ିଓରେ ଅନ୍ୟ ଜଣେ ମହିଳା କହିଛନ୍ତି, ‘ସରକାର କଣ କରୁଛନ୍ତି, ଏତେ ବଡ ଡାକ୍ତରଖାନାକୁ ଅମ୍ଳଜାନ କାହିଁକି ଯୋଗାଇ ଦିଆଯାଉ ନାହିଁ?’ ଏହି ଭିଡିଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଦେଶର ଅନେକ ସ୍ଥାନରୁ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।

ତେବେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦୟାକରି ଏହି ଝିଅର କଥା ଶୁଣନ୍ତୁ । ଆଜି ଦେଶରେ ଅମ୍ଳଜାନ ଏବଂ ଟିକା ପାଇଁ ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଜ୍ଜାରେ ମୁଣ୍ଡ ତଳକୁ କରିବା ଉଚିତ୍ । ଏହି ବିପର୍ଯ୍ୟୟରୁ ରକ୍ଷା କରିବାକୁ କିଛି ତ କରନ୍ତୁ ଦେଶର ପ୍ରଧାନମନ୍ତ୍ରୀ ।

You might also like