କୁନି ପିଲାଟିର ଦେଶପ୍ରେମ ଦେଖି ଅଟକିଗଲେ ଯବାନ, ମାରିଲେ ସାଲ୍ୟୁଟ୍‌

ନୂଆଦିଲ୍ଲୀ: ଏ ଜୀବନ ମାତୃଭୂମି ପାଇଁ। ଆଉ ଜୀବନର ପ୍ରତିଟି ମୁହୂର୍ତ୍ତ ମାଟି ମାଆର ସୁରକ୍ଷା କରୁଥିବା ଯବାନଙ୍କ ପାଇଁ। ଏହି ଉକ୍ତିକୁ ବେଶ ଭଲ ଭାବେ ବୁଝିଛି କୁନି ପିଲାଟି। ସେଥିପାଇଁ ବୋଧହୁଏ ଘର ସାମ୍ନା ଦେଇ ଯାଉଥିବା ଯବାନଙ୍କ କାର୍କେଡକୁ ପ୍ରତିଦିନ ସାଲୁଟ୍ କରୁଛି। ଏପରି କରିବାକୁ ନା ତାକୁ କିଏ ଶିଖେଇଛି ନା କିଏ ନିର୍ଦ୍ଦେଶ ଦେଇଛି। ତଥାପି ତା’ର ଡ୍ୟୁଟିରେ ସେ କେବେ ଖିଲାପ କରୁନି।

ଲଦାଖର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଲେହର ବରଫାବୃତ୍ତ ରାସ୍ତାରେ ଛିଡ଼ା ହୋଇଛି ଏଇ କୁନି ଯବାନ। ସେନାର ଗାଡି କିମ୍ବା ଯବାନଙ୍କୁ ଦେଖିଲେ ସାଲୁଟ୍ କରୁଛି ।  ପିଲାଟିର ସାଲ୍ୟୁଟ ଦେଖି ଯବାନମାନେ ବି କିଛି ସମୟ ପାଇଁ ଅଟକି ଯାଇଥିଲେ।  ନିଜ ସାଥୀ ଭଳି ପିଲାଟିକୁ ସେମାନେ ମଧ୍ୟ ସାବଧାନ୍ କମାଣ୍ଡ ଦେଇଥିଲେ।

ସୂଚନାଥାଉ କି, ଏହି କୁନି ପିଲାର ଘର ସମ୍ମୁଖରେ ପ୍ରତିଦିନ ସେନା ଯବାନଙ୍କ ଯାଆସ ଲାଗି ରହିଥାଏ। ସେନାର ବ୍ୟବହାର ଓ ଚାଲି ଚଲଣରେ ପ୍ରଭାବିତ ହୋଇ ସେ ପ୍ରତ୍ୟେକ ଦିନ ଯବାନଙ୍କୁ ଏପରି ଅଭିବାଦନ ଜଣାଇଥାଏ।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like