ଛୁଆକୁ ଧରି ରାସ୍ତା ପାର୍‌ ହେଉଥିଲେ ଦମ୍ପତି; ମୃତ୍ୟୁ ଦୂତ ସାଜି ମାଡ଼ି ଆସିଲା କାର୍‌, ଆଉ ତା’ପରେ…

ନୂଆଦିଲ୍ଲୀ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆରିଜୋନାର ଫୋନିକ୍ସରେ। ଏଠାରେ ଏକ ବ୍ୟସ୍ତବହୁଳ ସଡ଼କରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ମୃତ୍ୟୁ ଦୂତ ସାଜି ଆସିଥିବା ଏକ ଜିପ୍‌ ସହ ଧକ୍କା ହୋଇ କିଭଳି ଭାବରେ ଅନ୍ୟ ଏକ କାର୍‌ ଦେବଦୂତ ସାଜି ଲୋକଙ୍କ ଜୀବନ ବଞ୍ଚାଇଲା, ଯାହାର ଭିଡିଓକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ।

ବୁଧବାର ଦିନ ଫୋନିକ୍ସ ପୁଲିସ୍‌ ବିଭାଗ ୧୩ ସେକେଣ୍ଡ୍‌ ଏହି ଘଟଣାର ଏକ ଭିଡିଓ ଶେଆର୍‌ କରିଛନ୍ତି।

ଫୋନିକ୍ସର ଏକ ବ୍ୟସ୍ତବହୁଳ ସଡ଼କରେ ଜଣେ ଦମ୍ପତି ତାଙ୍କର ଛୋଟ ଛୁଆକୁ ଧରି ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ ଟ୍ରାଫିକ୍‌ରେ ରେଡ୍‌ ସିଗ୍‌ନାଲ୍‌ ଥିଲା। ହେଲେ ହଠାତ୍‌ ଏକ କଳା ରଙ୍ଗର ଜିପ୍‌ ଦମ୍ପତିଙ୍କ ଆଡ଼କୁ ମାଡ଼ି ଆସିଥିଲା। ତେବେ ଅନ୍ୟ ସାଇଡ୍‌ରୁ ଆସୁଥିବା ଆଉ ଏକ କାର୍‌ ଜିପ୍‌ ସହ ଧକ୍କା ହୋଇଥିଲା। ଯାହ ଫଳରେ ଦମ୍ପତି ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ଓ ତତ୍‌କ୍ଷଣାତ୍‌ ସେମାନେ ତାଙ୍କର ଛୁଆକୁ ଧରି  ଦୌଡ଼ି ପଳାଇଥିଲେ।

ଜିପ୍‌ ଚଲାଉଥିବା ଗାଡ଼ି ଚାଳକଙ୍କୁ ପୁଲିସ୍‌ ଗିରଫ କରିଛି। ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିଲେ ବୋଲି ଜଣାପଡ଼ିଛି।

Chevy Cruz protects pedestrians in crosswalk

A hero in the form of a Chevy Cruze may have saved the lives of a couple pushing a stroller through a Phoenix crosswalk.The people were trying to cross Indian School at 53rd Avenue late in the evening when a car came barreling through the red light.A Chevrolet Cruz on 53rd Avenue entered the intersection on a green light when a Jeep driven by Ernesto Otanez Oveso slammed into that car, just a few feet away from the pedestrians.Oveso and a woman in the car with him took off running after the accident. Oveso noticed a witness was following him and told that man to stop, even stabbing one of the doors on his car.The 28-year-old was arrested on DUI and aggravated assault charges. Police also found a gun in the Jeep so an additional prohibited possession charge was added.The woman with Oveso at the time of the crash was not located.The driver of that Chevy Cruz was a 27-year-old woman. While she did suffer injuries, they were not life-threatening. Oct 14, 2019.10:10pm 53rd Ave & Indian School.

City of Phoenix Police Department यांनी वर पोस्ट केले बुधवार, २३ ऑक्टोबर, २०१९

ପୁଲିସ୍‌ ୨୭ ବର୍ଷୀୟ ଉକ୍ତ କାର୍‌ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ଜିପ୍‌କୁ ଧକ୍କା ଦେଇ ଦମ୍ପତି ଓ ତାଙ୍କର ଛୋଟ ଛୁଆଙ୍କ ଜୀବନ ବଞ୍ଚାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖାଲି ପୁଲିସ୍‌ ନୁହେଁ ଲୋକମାନେ ବି ଭଗବାନଙ୍କ ନିକଟରେ ଉକ୍ତ କାର୍‌ ଡ୍ରାଇଭରଙ୍କ ପାଇଁ ପ୍ରାର୍ଥନା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଯାହାଙ୍କ ପାଇଁ ଆଜି ତିନି ତିନିଟି ଜୀବନ ବଞ୍ଚିପାରିଲା।

You might also like