ଏହି ସହରରେ ଆସନ୍ତାକାଲିଠୁ ଲାଗିବ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ
ପୁଣି ଲାଗିବ ନାଇଟ୍ କର୍ଫ୍ୟୁ
ପୁଣେ: ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି କରୋନା। ତେବେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। କାଲିଠୁ ସହରରେ ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଜଣାପଡିଛି। କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। କାଲିଠୁ ସହରରେ ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। କର୍ଫ୍ୟୁ ପାଇଁ ୭ ଦିନ ବନ୍ଦ ରହିବ ବାର୍, ହୋଟେଲ୍, ରେଷ୍ଟୁରାଣ୍ଟ; କିନ୍ତୁ ଏହି ସମୟରେ ହୋମ୍ ଡେଲିଭରିକୁ ଅନୁମତି ମିଳିବ।
କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ।
କାଲିଠୁ ସହରରେ ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ#India #nightcurfew #Pune #OTV pic.twitter.com/HyBiheft8g— ଓଟିଭି (@otvkhabar) April 2, 2021
ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବି ବାରଣ କରାଯାଇଛି। ଏହାସହ ବିବାହରେ ୫୦, ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଜି ରାତି ୮ଟା ୩୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି।
୭ ଦିନ ବନ୍ଦ ରହିବ ବାର୍, ହୋଟେଲ୍, ରେଷ୍ଟୁରାଣ୍ଟ; କିନ୍ତୁ ହୋମ୍ ଡେଲିଭରିକୁ ମିଳିବ ଅନୁମତି, ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବି ବାରଣ କରାଯାଇଛି।
— ଓଟିଭି (@otvkhabar) April 2, 2021
ସେପଟେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ର ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ଯାଏ ଲକ୍ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଲକ୍ଡାଉନ୍ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସାରା ଦେଶରେ କରୋନା ଯେପରି କାୟା ବିସ୍ତାର କରୁଛି ତାହାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଉଛନ୍ତି ସରକାର। ଆଜି ବି ଦେଶରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧,୧୫,୨୫,୦୩୯ କରୋନା ମୁକ୍ତ ହୋଇଥିବାବେଳେ ଏବେ ଆକ୍ଟିଭ କେସ୍ ରହିଛି ୬ ଲକ୍ଷ ୧୪ ହଜାର ୬୯୬।
ମହାରାଷ୍ଟ୍ରରେ କରୋନାର ସାଂଘାତିକ ରୂପକୁ ନେଇ ଚିନ୍ତା। ପୁଣେରେ ଲାଗୁ ହେଲା ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ। #NightCurfew #Pune #Maharashtra #otv pic.twitter.com/MWZe1BXFl8
— ଓଟିଭି (@otvkhabar) April 2, 2021