ଦିନକରେ ଚିହ୍ନଟ ହେଲେ ୬୯୭୭ ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ: ଭାରତରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ୬ହଜାର ୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାରରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି।
ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ କେସ ଥିବା ବେଳେ ୫୭ ହଜାର ୭୨୦ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି।
ତେବେ ସଂକ୍ରମଣ ବଢିଚାଲିଥିବା ବେଳେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ତେଣୁ ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା ବଢିଯାଇଛି।