ଉଛୁଳୁଛି ନଦୀ; ବନ୍ୟାରେ ଗଲାଣି ୯୫ ଜୀବନ

ଦିଶପୁର: ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ ସାଂଘାତିକ ରୂପ ନେଇଛି। ବିଶେଷକରି ଆସାମ ଓ ବିହାରରେ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବନ୍ୟାସ୍ଥିତି ସାଙ୍ଗକୁ ଲଗାଣ ବର୍ଷା ଦୁଇ ରାଜ୍ୟର ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି।

ବନ୍ୟାରେ ଆସାମର୨୬ଟି ଜିଲ୍ଲାର ପ୍ରାୟ ଅଢେଇ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ୯୫ରେ ପହଞ୍ଚିଛି।  ଭୀଷଣ ରୂପ ଧରି ସବୁକିଛି ଗ୍ରାସି ଚାଲିଛି ବ୍ରହ୍ମପୁତ୍ର ନଦୀ । ବନ୍ୟାରେ ବିଲ ବାଡ଼ି, ଜମି, ଘର ଦ୍ୱାର ସବୁ କିଛି ଏକାକାର ହୋଇଯାଇଛି।  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରାଯାଇଛି । ବିପନ୍ନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ରଖାଯାଉଛି ।

ସେପଟେ ବିହାରରେ ମଧ୍ୟ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ସ୍ଥିତି । ବନ୍ୟା ଯୋଗୁଁ ବିହାରର ୧୦ଟି ଜିଲ୍ଲା ଜଳମଗ୍ନ ହୋଇଛି ପ୍ରାୟ ୮ ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ କୋସି, ଗଣ୍ଡକ, ବୁଡି ଗଣ୍ଡକ, ଏବଂ ମହାନନ୍ଦାରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି ।

You might also like