ଟ୍ରକ୍‌ ସହ ଧକ୍କା ହେଲା କାର୍‌; ଚାଲିଗଲା ୯ ଛାତ୍ରଙ୍କ ଜୀବନ

ପୁନେ: ମହାରାଷ୍ଟ୍ର ପୁନେ ନିକଟରେ ପୁନେ-ସୋଲାପୁର ହାଇୱେରେ ଏକ କାର୍‌ ଟ୍ରକ୍‌ ସହ ଧକ୍କା ହେବା ଫଳରେ ୯ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ବୟସ ୧୯ ବର୍ଷରୁ ୨୩ ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଛି। ସେମାନେ ପୁନେର ୟାଭାତରେ ରହୁଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମୃତ ଛାତ୍ରମାନେ କାର୍‌ରେ ସେମାନଙ୍କ ଗାଁ ରାଇଗଡ଼ରୁ ଫେରୁଥିବା ବେଳେ କଦମ୍‌ୱାକ୍‌ ୱାସ୍ତି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର୍‌ଟି ପ୍ରଥମେ ଡିଭାଇଡର୍‌ରେ ପିଟି ହୋଇଥିଲା। ଏହାପରେ ଟ୍ରକ୍‌ ସହ ଧକ୍କା ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କାର୍‌ଟି ଦ୍ରୁତ ଗତିରେ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି।

ପୁଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ କରୁଛି।

You might also like