ଛତିଶଗଡ଼ରେ ବଡ଼ ଧରଣର ଏନ୍‌କାଉଣ୍ଟର, ୯ ମାଓବାଦୀ ନିହତ

ଛତିଶଗଡ଼  : ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନ୍‌କାଉଣ୍ଟର। ଏଥିରେ ୯ ମାଓବାଦୀ ନିହତ। ସିଅାରପିଏଫ୍, ଡିଅାରଜି ଓ ସ୍ପେସାଲ ଟାସ୍କ ଫୋର୍ସ ଯବାନଙ୍କ ମିଳିତ ଅପରେସନରେ ୯ ମାଓବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସାକଲିର ଜଙ୍ଗଲରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇ କିସ୍ତାରାମ ଥାନା ଅଂଚଳରେ ଥିବା ଏହି ଜଙ୍ଗଲରେ କମ୍ବିଂ ଅପରେସନ କରାଯାଇଥିଲା। ଅପରେସନରେ ଅନେକ ମାଓବାଦୀ ଅାହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅାହୁରି ବଢିବା ନେଇ ଅାଣ୍ଟି ନକ୍ସଲ ଅପରେସନ ଡିଜି ଡି.ଏମ. ଅୱସ୍ଥି ସୂଚନା ଦେଇଛନ୍ତି। ଏନକାଉଣ୍ଟରରେ ଦୁଇଜଣ ଡିଅାରଜି ଯବାନ ମଧ୍ୟ ସହିଦ ହୋଇଛନ୍ତି।

 

You might also like