ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୯ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଦ ମିଳିଲାନି ବୋଲି ସାନିଟାଇଜର ପିଇ ଦେବାରୁ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆନ୍ଧ୍ର ପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, କୁରିଚେଦୁ ସହରରେ ୯ ଜଣ ଲୋକ ମଦ ନ ମିଳିବାରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌  ପିଇ ଦେଇଥିଲେ।  ଏହି ସାନିଟାଇଜାର୍‌ରେ ଅଧିକ ପରିମାଣର alcohol ମିଶିଥିଲା।

ଫଳରେ ବୁଧବାର ରାତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଗୁରୁବାର ରାତିରେ ଆଉ ୨ଜଣ ଓ ଶୁକ୍ରବାର ସକାଳେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ- ଅନୁଗୋଣ୍ଡା ଶ୍ରୀନୁ(୨୫),ଭୋଗେମ୍‌  ତିରୁପତାହି(୩୫), ଗୁଣ୍ଟକା ରାମି ରେଡ୍ଡୀ(୬୦), କାଦିଆମ୍‌ ରାମାନାୟ(୨୮), ରାଜା ରେଡ୍ଡୀ(୬୫), ରାମାନାୟ(୬୫), ବାବୁ(୪୦), ଚାର୍ଲସ୍(୪୫),ଅଗୁଷ୍ଟାଇନ୍‌(୪୫)।

 

You might also like