ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ପାଚେରି; ୨ ମାସର ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।

ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ ରହିଛି। ରାଜପଥରେ ପାଣିର ସୁଅ ଛୁଟିବା ସହ ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ବର୍ଷା ପାଣିରେ ଯାନବାହାନ ଭାସି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଜନ ଜୀବନ ବାଧାପ୍ରାପ୍ତ ହୋଇଛି। କିଛି ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍ ନିୟୋଜିତ ହୋଇଛନ୍ତି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

You might also like