ବିଦ୍ୟୁତ୍‌ ଖୁଣ୍ଟରେ ଟ୍ରାକ୍ଟର୍‌ ପିଟି ହୋଇଯିବାରୁ ଚାଲିଗଲା ୯ ଜୀବନ

ବିଜୟୱାଡା:  ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍‌ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି।

ଗୁରୁବାର ସନ୍ଧ୍ୟାରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍‌ ନାଗୁଲୁପାଲାପାଡ୍ଡୁ ଗାଁରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ସମସ୍ତ ମୃତକଙ୍କ ପରିଚୟ ମିଳିଛି।

ନାଗୁଲୁପାଲାପାଡ୍ଡୁ ପୁଲିସ୍‌ ସୂଚନା ଅନୁସାରେ, ସନ୍ଧ୍ୟା ୬.୩୦ ଏହି ଦୁର୍ଘଟଣା ଘଟିଥିଲା। ଟ୍ରାକ୍ଟର୍‌ ଟି ସବୁଦିନ ପରି ଲଙ୍କା ଫାର୍ମରେ କାମ କରୁଥିବା ଶ୍ରମିକଙ୍କୁ ଧରି ସେମାନଙ୍କ ଗାଁକୁ ଛାଡ଼ିବାକୁ ଯାଉଥିଲା। ଏହି ସମୟରେ ଟ୍ରାକ୍ଟର୍‌ ଟି ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ମୃତକଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାର ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି।

ଖବର ଅନୁସାରେ ପ୍ରତିଦିନ ସକାଳୁ ଏହି ଶ୍ରମିକଙ୍କୁ ନେଇ ଏକାଠି ହୋଇ ଲଙ୍କା ଫାର୍ମକୁ ଆସନ୍ତି। ଆଉ କାମ ସରିଲାପରେ ଟ୍ରାକ୍ଟର୍‌ ନେଇ ସେମାନଙ୍କ ସେମାନଙ୍କ ଘରେ ଛାଡ଼ି ଦେଇ ଆସିଥାଏ। ଏହା ପ୍ରତିଦିନିଆ ଘଟଣା। ତେବେ ଟ୍ରାକ୍ଟର ଯାନ୍ତ୍ରିକ ତୃଟି ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ଏହା ପୂର୍ବରୁ ଦେଶର ଅନେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣାରେ ଶ୍ରମିକଙ୍କ ଜୀବନ ଯାଇଛି। ମଧ୍ୟପ୍ରଦେଶର ଗୁନାରେ ବୁଧବାର ବିଳମ୍ବିତ ରାତିରେ ୬୦ରୁ ଅଧିକ ଶ୍ରମିକଙ୍କର ବସ୍ ଦୁର୍ଘଟଣା ହୋଇଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଉତ୍ତର ପ୍ରଦେଶରେ ବି ଏକ ବସ୍ ଶ୍ରମିକଙ୍କ ଉପରେ ମାଡ଼ିଯିବାରୁ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ବିହାରରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

 

 

You might also like