୯ ସିଆରପିଏଫ୍‌ ଯବାନ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଜଣ ସିଆରପିଏଫ୍‌ ଯବାନଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସେନା ଅଧିକାରୀ।

କିଛି ଦିନ ପୂର୍ବରୁ ନର୍ସିଂ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ହେଡ୍ କନଷ୍ଟେବଳଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରାସିଂ କରାଯିବା ପରେ ଏହି ସିଆରପିଏଫ୍‌ ଯବାନମାନେ ପରୀକ୍ଷା କରାଇଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଜାତୀୟ ରାଜଧାନୀରେ ସିଆରପିଏଫ୍‌ର ୩୧ ବାଟାଲିୟନରେ ଏହି ଯବାନମାନେ କାର୍ଯ୍ୟ କରୁଥିଲେ। ଏହି ଆକ୍ରାନ୍ତଙ୍କ ବାବଦରେ ଖବର ସାମ୍ନାକୁ ଆସିବା ପରେ ପ୍ରାୟ ୫୦ ଜଣ ଯବାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

କୋଭିଡ୍‌-୧୯ ପଜିଟିଭ୍ ଆସିଥିବା ନଅ ଜଣଙ୍କ ମଧ୍ୟରେ ୭ ଜଣ କନଷ୍ଟେବଳ, ଜଣେ ହେଡ୍ କନଷ୍ଟେବଳ ଏବଂ ଜଣେ ସବ୍-ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଅଛନ୍ତି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

You might also like