ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

ନୂଆଦିଲ୍ଲୀ: କେରଳ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ National Investigation Agency (NIA) ଚଢ଼ଉ କରି ୯ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀମାନେ ଏକ ବଡ଼ ଧରଣର ହମ୍‌ଲା ପାଇଁ ଯୋଜନା କରୁଥିବା ଖବର ପାଇ NIA ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ଣ୍ଣାକୁଲ୍‌ମରେ ଏକକାଳୀନ ଚଢଉ କରାଯାଇଥିଲା।

ଏର୍ଣ୍ଣାକୁଲ୍‌ମରୁ ୩ ଓ ମୁର୍ସିଦାବାଦରୁ ୬ଜଣ ଅଲ୍‌କାଏଦା ଆତଙ୍କବାଦୀ ଗିରଫ କରାଯାଇଛି। ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ହମ୍‌ଲା କରି ଆତଙ୍କ ସୃଷ୍ଟି କରିବା ସହ ନିରୀହ ଲୋକଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ ବୋଲି NIA ପକ୍ଷରୁ ସୂଚନା ମିଳିଛି।

ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅପରାଧ ଘଟାଇବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ସହ ଡିଜିଟାଲ ଡିଭାଇସ୍‌, ଡକ୍ୟୁମେଣ୍ଟସ୍‌, ଜିହାଦି ଲିଟ୍‌ରେଚର୍‌, ଧାରୁଆ ଅସ୍ତ୍ରଶସ୍ତ୍ର, ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଆତଙ୍କବାଦୀମାନେ ଅଲ୍‌କାଏଦା ପାଇଁ ପାଣ୍ଠି ସଂଗ୍ରହରେ ସକ୍ରିୟ ଭୂମିକା ତୁଲାଇଥାନ୍ତି। ସେମାନେ ଦିଲ୍ଲୀରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କିଣିବାପାଇଁ ଯୋଜନା କରୁଥିବା ବେଳେ NIA ପକ୍ଷରୁ ଚଢଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like