ରାଜଭବନରେ କରୋନା; ୮୪ ପଜିଟିଭ ଚିହ୍ନଟ

ଚେନ୍ନାଇ: ତାମିଲନାଡୁ ରାଜଭବନରେ କରୋନା। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏକାଥରରେ ୮୪ କରୋନା ପଜିଟିଭ ବାହାରିଛନ୍ତି। ଏହାପରେ ତାମିଲନାଡୁ ରାଜଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ତାମିଲନାଡୁ ରାଜଭବନରେ କାର୍ଯ୍ୟରତ ୮୪ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ନମୂନା ପଜିଟିଭ ଆସିଛି। ତେବେ ଏମାନଙ୍କ ମଧ୍ୟରୁ କୌଣସି ଆକ୍ରାନ୍ତ ରାଜ୍ୟପାଳଙ୍କ ସଂସ୍ପର୍ଶରେ ଆସି ନ ଥିବା ସୂଚନା ମିଳିଛି।

ଏଠି କହି ରଖିବୁ, ଆଜି ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଦେଶରେ ଆଜି ସର୍ବାଧିକ ୪୫ ହଜାର ୭୨୦ ଜଣ ବ୍ୟକ୍ତି କରୋନା ସଂକ୍ରମଣ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏତେ ସଂଖ୍ୟକ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ବର୍ତ୍ତମାନ ଦେଶରେ କୋଭିଡ ମାମଲା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି । ସେହିଭଳି ଦେଶରେ ୩୦ ହଜାର ମୁହାଁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ।୨୪ ଘଣ୍ଟାରେ ୧ ହଜାର ୧୨୯ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

 

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

You might also like