ଖନନ ବେଳେ ମିଳିଲା ୮ ହଜାର ବର୍ଷର ପୁରୁଣା ମୋତି
ଆବୁ ଧାବି: ଆବୁ ଧାବିରେ ମିଳିଛି ବିଶ୍ୱର ସର୍ବପୁରାତନ ମୋତି। ଏହି ମୋତି ୮ ହଜାର ବର୍ଷର ପୁରୁଣା ଓ ଏହା ବିଶ୍ୱର ସର୍ବ ପୁରାତନ ମୋତି ବୋଲି ଦାବି କରାଯାଉଛି।
ମାରାଓ୍ୱା ଆଇଲ୍ୟାଣ୍ଡରେ ଖନନ ବେଳେ ଏକ ଘର ଭିତରୁ ଏହି ପୁରାତନ ମୋତି ମିଳିଛି। ଅକ୍ଟୋବର ୩୦ରେ ଏହାକୁ ଆବୁ ଧାବିରେ ପ୍ରଦର୍ଶନ କରାଯିବ ବୋଲି ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି।
ଖାଲି ଏତିକି ନୁହେଁ ଖନନ ବେଳେ UAEର ସର୍ବପୁରାତନ ସଭ୍ୟତାର ସନ୍ଧାନ ମଧ୍ୟ ମିଳିଛି। ଏହି ସଭ୍ୟତା ଖ୍ରୀଷ୍ଟପୂର୍ବ ୫୮୦୦ରୁ ଖ୍ରୀଷ୍ଟପୂର୍ବ ୫୬୦୦ ମଧ୍ୟର ବୋଲି ଅନୁମାନ କରାଯାଉଛି। ଏହାଛଡ଼ା ଏହି ଖନନ ବେଳେ ଅନେକ ପ୍ରଥର ନିର୍ମିତ ସାମଗ୍ରୀ ମଧ୍ୟ ମିଳିଛି।
ବିଭିନ୍ନ ସାମଗ୍ରୀ, ମାଟିରେ ପ୍ରସ୍ତୁତ ପଦାର୍ଥ ବଦଳରେ ଏହି ମୋତି ମେସୋପଟାମିଆ ସଭ୍ୟତାରୁ ଆବୁ ଧାବିକୁ ଆସିଥାଇପାରେ ଏମିରେଟର ବିଶେଷଜ୍ଞ ଅନୁମାନ କରୁଛନ୍ତି।