କୋରବା: କିଛି ଜିନିଷ ଚୋରି ହୋଇଗଲେ ଥାନାରେ ଅଭିଯୋଗ ହେବା କଥା ଆପଣ ଶୁଣିଥିବେ। ଯଦି ଗାଈ ଗୋବର ଚୋରି ହୋଇଯାଇଛି ଓ ଏନେଇ ଥାନାରେ ଅଭିଯୋଗ ହୋଇଛି, ହୁଏତ ଏହା ଶୁଣିଲା ପରେ ଆପଣଙ୍କୁ ଟିକେ ଅଜବ ଲାଗିବ। ହେଲେ ଏଭଳି କିଛି ଅଜବ ଘଟଣା ଛତିଶଗଡ଼ର କୋରବା ଜିଲ୍ଲାରେ ଘଟିଛି। ରବିବାର ଘଟଣା ସମ୍ପର୍କରେ ପୋଲିସ୍‌ ସୂଚନା ଦେଇଛି।

ସୂଚନା ଅନୁସାରେ, ଗତ ଜୁନ୍‌ ୮-୯ ତାରିଖ ମଧ୍ୟ ରାତ୍ରରେ ଦିପକା ଥାନା ଅନ୍ତର୍ଗତ ଧୁରେନା ଗାଁରେ ୮୦୦ କିଲୋ ଗାଈ ଗୋବର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଯାହାର ଦାମ୍‌ ୧,୬୦୦ ଟଙ୍କା। ଜୁନ୍ ୧୫ରେ ଘଟଣା ସମ୍ପର୍କରେ ଗାଁର ଗୌଥନ ସମିତିର ସଭାପତି ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଛତିଶଗଡ଼ ସରକାର ଜୈବିକ ଖତ ଉତ୍ପାଦନ ପାଇଁ ଗୋଧନ ନ୍ୟାୟ ଯୋଜନା (Godhan Nyay Yojna) ଆରମ୍ଭ କରିଛନ୍ତି।  ୨୦୨୦ ଜୁନ୍‌ରେ ଛତିଶଗଡ଼ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ, ସରକାର ପଶୁପାଳକଙ୍କ ଠାରୁ ଗାଈ ଗୋବରକୁ ପ୍ରତି କିଲୋକୁ ୨ ଟଙ୍କା ହିସାବରେ କିଣିଥାନ୍ତି। ଫଳରେ ପଶୁପାଳକମାନେ ଗାଈ ଗୋବର ବିକ୍ରି କରି ଲାଭବାନ ହୋଇଥାନ୍ତି। ଯେଉଁଥିପାଇଁ ଛତିଶଗଡ଼ରେ ଆଜିକାଲି ଗାଈ ଗୋବର ଚୋରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

Other Stories