ଏଇ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ୮୦ କରୋନା ପଜିଟିଭ

ପାଟନା: ବିହାରରେ କରୋନାର ଭୟବହତା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ସାଧାରଣ ଲୋକ ନୁହଁନ୍ତି, ବଡ ବଡ ନେତା, ମନ୍ତ୍ରୀ, ଅନେକ କରୋନା ଯୋଦ୍ଧା ମଧ୍ୟ ବିହାରରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହି କ୍ରମରେ ରାଜ୍ୟର ସର୍ବବୃହତ ଡାକ୍ତରଖାନା, ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତିନିଜଣ ଡାକ୍ତରଙ୍କ ନମୂନା ପଜିଟିଭ ଆସିଛି।

୨ ଜଣ ନର୍ସ ମଧ୍ୟ କରୋନା ପଜିଟିଭ୍ ଥିବା ନିଶ୍ଚିତ ହୋଇଛି। ଏହା ସହିତ Patna Medical College and Hospitalରେ କୋଭିଡ୍ ପଜିଟିଭ୍ କର୍ମଚାରୀଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି | ପାଟନା AIIMS ର ଜଣେ ନର୍ସ କରୋନା ପଜିଟିଭ୍ ହୋଇପାରିଛନ୍ତି | ଏହା ପରେ ପରେ ଅନ୍ୟ ୩  ଡାକ୍ତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ପୂର୍ବରୁ AIIMS ରେ ୮ ଜଣ କର୍ମଚାରୀଙ୍କ ନମୂନା ପଜିଟିଭ ଆସିଥିଲା ଏବଂ ସେମାନେ ଚିକିତ୍ସିତ ହେଉଛନ୍ତି।

ସବୁଠାରୁ ଚିନ୍ତାର ବିଷୟ ହେଉଛି,  ବିହାରର ମୁଖ୍ୟମନ୍ତ୍ରୀ ଆବାସରେ କରୋନାଭାଇରସର ସଂକ୍ରମଣ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏଠାରେ ୮୦ ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସୂଚନାନୁସାରେ, ସିଏମ୍ ବାସଭବନର କ୍ୟାଣ୍ଟିନରେ କାମ କରୁଥିବା  କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ଡ୍ରାଇଭର ସମସ୍ତେ କରୋନା ପଜିଟିଭ।  ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ କର୍ନମଚାରୀଙ୍କ ନମୂନା ପରୀକ୍ଷା ପାଇଁ ନିଆଯାଇଛି।  

ସୂଚନାଥାଉ କି, ଗୁରୁବାରରୁ ଶୁକ୍ରବାର ମଧ୍ୟରେ କେବଳ ପାଟନାରେ ୨୪  ଘଣ୍ଟା ମଧ୍ୟରେ ସର୍ବାଧିକ ୩୮୫ କରୋନା ସଂକ୍ରମିତ ହୋଇଛି। ପାଟନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୮୮୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧୮୦ ଜଣଙ୍କୁ ବିଭିନ୍ନ  ଆଇସୋଲେସନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୭ ଜଣ କରୋନା ଲୋକଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like