୩୬ କୋଟିର ମାଲିକ ହେଲା କୁକୁର

ମାଲିକ କୁକୁରଙ୍କ ନିଆରା ସମ୍ପର୍କ

ମାଲିକ କୁକୁରଙ୍କ ନିଆରା ସମ୍ପର୍କ

କୁକୁର ନାଁରେ କରିଦେଲେ ୩୬ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ୩୬ କୋଟି ଟଙ୍କାର ମାଲିକ ହେଲା କୁକୁର। ହୁଏତ ଏହି ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏଠି ଲୋକ ଖାଇବାକୁ ପାଉନାହାନ୍ତି ଆଉ କୁକୁର ନାଁରେ ଏତେ ଟଙ୍କା କିଏ ରଖିଲା ଯେ, ସେ ୩୬ କୋଟିର ମାଲିକ ହୋଇଗଲା। କିନ୍ତୁ ଏହି ଘଟଣାଟି ପୂରା ସତ୍ୟ। ଆମେରିକାର ଟେନେସ ସହରରେ ବସବାସ କରୁଥିବା ବିଲ୍ ଡୋରିସଙ୍କ ଦେହାନ୍ତ ହେବା ପରେ ନିଜ କୁକୁର ପାଇଁ ସେ ୩୬ କୋଟି ମୂଲ୍ୟର ସମ୍ପତ୍ତି ଛାଡି ଦେଇଯାଇଛନ୍ତି, ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି କୁକୁରକୁ ସେ ଏତେ ମାତ୍ରାରେ ଭଲ ପାଉଥିଲେ ଯେ, ତାର ନାଁ ଲୁଲୁ ଦେବା ସହ ସମସ୍ତ ସମ୍ପତ୍ତି ତାହାରି ନାଁରେ ହିଁ କରିଦେଇଛନ୍ତି।

କେବଳ ଏତିକି ନୁହେଁ ବରଂ  ବିଲ ବଂଚିଥିବା ସମୟରେ ହିଁ ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଏକ ଟ୍ରଷ୍ଟକୁ ଦାନ କରିଦେଇଥିଲେ। ଆଉ ଏହି ଦାନର ପ୍ରତି ବଦଳରେ ତାଙ୍କ ଜୀବନଠୁ ବି ଅଧିକ ଭଲ ପାଉଥିବା କୁକୁର ଲୁଲୁର ଭଲ ଭାବରେ ଦେଖାଶୁଣା ହୋଇପାରିବ। ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ନ୍ୟୁଜର ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ବିଲ୍‌ଙ୍କ ସାଙ୍ଗ ଲୁଲୁର ସେବା ଆଉ ଯତ୍ନ କରୁଛନ୍ତି। ସେ ଯେଉଁ ସମ୍ପତ୍ତି ଚ୍ରଷ୍ଟ ନାଁରେ କରିଛନ୍ତି ସେହି ଟ୍ରଷ୍ଟରୁ ହିଁ ଲୁଲୁର ମାସିକ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ତାହା ମିଳିଯାଉଛି।

ତେବେ ବିଲଙ୍କ ସାଙ୍ଗ କୁହନ୍ତି, ଏହି ଘଟଣା ଶୁଣିଲେ ସାଧାରଣ ଭାବରେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। କାରଣ ନିଜ କୁକୁରକୁ ଏମିତି କିଏ ଭଲପାଏ? କିନ୍ତୁ ଉଭୟଙ୍କ ଭଲପାଇବାକୁ ମୁଁ ଅତି ପାଖରୁ ଦେଖିଛି। ତେଣୁ ମୁଁ ନିଜେ କହିପାରିବି ଯେ, ଉଭୟଙ୍କ ମଧ୍ୟରେ କେତେ ଭଲପାଇବା ଥିଲା? ଏହାସହ ମୁଁ ଅଧିକ କିଛି କହିବି ନାହିଁ ବୋଲି ବିଲଙ୍କ ବନ୍ଧୁ ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି।

ଏଠାରେ ଆମେ କହିରଖୁଛି ଯେ, କେବଳ ୩୬ କୋଟି ଟଙ୍କାର ସମ୍ପତ୍ତି ନୁହେଁ ବରଂ ଆମେରିକାରେ ବିଲଙ୍କର ଅନେକ ଛୋଟ ବଡ଼ କମ୍ପାନୀ ମଧ୍ୟ ରହିଛି। କିନ୍ତୁ ସେ ସବୁର ମୂଲ୍ୟ ବର୍ତ୍ତମାନ ସମୟରେ କେତେ ହେବ ତାହାର କଳ୍ପନା କରାଯାଇନଥିବା ସୂଚନା ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବର୍ତ୍ତମାନ ସମୟରେ ଲୁଲୁ ନାଁରେ ଯେଉଁ ଟଙ୍କା ରହିଛି ତାହାକୁ ବର୍ତ୍ତମାନର ମାଲିକ ମନଇଚ୍ଛା ଖର୍ଚ୍ଚ କରିପାରିବେ ନାହିଁ। କେବଳ ଯେତିକି ପରିମାଣରେ ଲୁଲୁର ଦେଖାଶୁଣା ଲାଗି ଟଙ୍କାର ଆବଶ୍ୟକତା ଅଛି ସେତିକି ଟଙ୍କା ହିଁ ଖର୍ଚ୍ଚ କରିବେ। ଏହାସହ ଲୁଲୁର କିପରି ଯତ୍ନ ନିଆଯାଉଛି ତାହାକୁ ମଧ୍ୟ ଟ୍ରଷ୍ଟ ମଝିରେ ମଝିରେ ଚେକ୍ କରୁଥିବା ନେଇ ସୂଚନା ରହିଛି। ମୋଟ୍ ଉପରେ କହିବାକୁ ଗଲେ, ସତରେ ଏମିତି କୁକୁର ଆଉ ମାଲିକଙ୍କ ଭଲପାଇବା ଆପଣ ପୂର୍ବରୁ କେବେ ଦେଖିନଥିବେ। କିନ୍ତୁ ଆମେରିକାର ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି।

You might also like