‘ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, ଥୋଡ଼ିରେ ଓ ବେକରେ ଝୁଲାଇ ରଖୁଛନ୍ତି ବାକି ୨୦ ପ୍ରତିଶତ’

ନୂଆଦିଲ୍ଲୀ: ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ- ୮ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। କର୍ଣ୍ଣାଟକରେ ସର୍ବାଧିକ ୫ ଲକ୍ଷ ୫୮ ହଜାର ୯୧୧ ଆକ୍ଟିଭ କେସ୍ ରହିଛି। ମହାରାଷ୍ଟ୍ର ୪ ଲକ୍ଷ ୪ ହଜାର ଓ କେରଳରେ ୩ ଲକ୍ଷ ୩୨ ହଜାର ଆକ୍ଟିଭ୍ କେସ୍ ରହିଛି। କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି।

ତେବେ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢ଼ି ଚାଲିଛି। ଏବେ ତାମିଲନାଡୁରେ ଆକ୍ଟିଭ କେସ୍ ସଂଖ୍ୟା ୨ ଲକ୍ଷ ୫୩ ହଜାର ରହିଛି। ପଜିଟିଭିଟିରେ ଲାକ୍ଷାଦ୍ୱୀପ ସର୍ବାଧିକ ୫୩.୪ ପ୍ରତିଶତ ରହିଛି। ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ୨୫%ରୁ ଅଧିକ। ଓଡ଼ିଶାରେ ପଜିଟିଭିଟି ହାର ୨୨.୫% ଥିବା ନେଇ ଲବ୍ ଅଗ୍ରଓ୍ବାଲ କହିଛନ୍ତି।

ଏହାସହ ସେ ଆହୁରି କହିଛନ୍ତି- ଏବେ ବି ଦେଶର ୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁ ନାହାନ୍ତି। ବାକି ୫୦%ରୁ ୬୪ ପ୍ରତିଶତ ଲୋକ ନାକ ତଳକୁ ପିନ୍ଧୁଛନ୍ତି। ୨୦ ପ୍ରତିଶତ ଲୋକ ଥୋଡ଼ିରେ ଓ ୨% ଲୋକ ବେକରେ ଗୁଡ଼ାଇ ବୁଲୁଛନ୍ତି। ୫୦%ରୁ କେବଳ ୧୪ ପ୍ରତିଶତ ଲୋକ ଉଚିତ ଭାବେ ମାସ୍କ ପିନ୍ଧୁଛନ୍ତି ବୋଲି ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।

You might also like