ପଲିମର୍ସ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌; ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ବିଶାଖାପଟନମ୍‌: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍‌ ସ୍ଥିତ ଏଲ.ଜି. ପଲିମର୍ସ ପ୍ଲାଣ୍ଟରେ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୮ ଛୁଇଁଲାଣି।  ମୃତ ୮ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ଗ୍ୟାସ ପ୍ରଭାବରେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେଣି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି।
ବିଶାଖାପାଟଣା ସହରର ଗୋପାଳପାଟଣା ନିକଟ ଆର. ଆର. ଭେଙ୍କଟପୂରମରେ ଥିବା ଏଲ.ଜି. ପଲିମର୍ସ ପ୍ଲାଣ୍ଟରୁ ହଠାତ୍‌  ଆଜି ସକାଳେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା। ଗ୍ୟାସ ନିର୍ଗତ ହେବାର ପରବର୍ତ୍ତୀ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ।  ଗ୍ୟାସ ପ୍ରଭାବରେ ୧୦୦ ରୁ ଅଧିକ ବାସିନ୍ଦା ରାସ୍ତା ଉପରେ ଅଚେତ ହୋଇପଡିଥିଲେ। ଏହାର ପ୍ରଭାବରେ ଚର୍ମ କୁଣ୍ଡେଇ ହେବା ସହ ଆଖିରେ ଜ୍ୱାଳା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ ସ୍ଥାନୀୟ ବାସିନ୍ଦା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି କମ୍ପାନୀ ନିକଟରେ ୫ କିଲୋମିଟର ପରିଧିରେ ରହିଥିବା ସମସ୍ତ ଲୋକଙ୍କୁ ଘର ଖାଲି କରି ଦୁରକୁ ଚାଲି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଦମକଳ ବାହିନୀ ସହ ନୌସେନାର କିଛି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।   ବର୍ତ୍ତମାନ ସୁଦ୍ଧା ୨୦୦ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ପଶୁପକ୍ଷୀ ମଧ୍ୟ ଅସୁସ୍ଥ ହୋଇ ପଡୁଥିବା ଲକ୍ଷ୍ୟ କରାଯାଉଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛି। ଯେଉଁମାନଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି ସେମାନଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଉଛି।  ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପାଇଁ  ଆହୁର ୨ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି । ତେବ ଗ୍ୟାସ୍‌ ଲିକ୍‌ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ। ବିଶାଖାପଟନମ୍‌ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଅନୁସାରେ ୧୯୬୧ ମସିହାରେ ଏହି ପ୍ଲାଣ୍ଟ ବିଶାଖାପାଟଣାରେ ସ୍ଥାପିତ ହୋଇଥିଲା । ପ୍ରଥମେ ଏଠାରେ ମଦ ପ୍ରସ୍ତୁତ କରାଯାଉଥିଲା କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଗତ କିଛି ବର୍ଷ ଧରି ଏଥରେ ପ୍ଲାଷ୍ଟିକ ଉପକରଣ ର୍ନିମାଣ କରାଯାଉଥିଲା
You might also like