ଭୂସ୍ଖଳନରେ ଗଲା ୮ ଜୀବନ, ବନ୍ୟା ଆଶଙ୍କା
ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ମାସର ଶିଶୁ ଅଛନ୍ତି। ଗତକାଲି ସକାଳେ ପାପୁମପାରେ ଜିଲ୍ଲାର ତିଗୋଡ ଗାଁରେ ମାଟି ଅତଡ଼ା ଖସିବାରୁ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜଣେ ୮ମାସର ଶିଶୁ ଅଛନ୍ତି। ରାଜଧାନୀ ଇଟାନଗର ଓ ନାହରଲାଗୁନ୍ ମଧ୍ୟରେ ଥିବା ମୋଦିରିଜୋ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୪ଜଣଙ୍କ ଜୀବନ ଯାଇଛି।
ଅରୁଣାଚଳ ପ୍ରଦେଶ ସରକାର ପୀଡିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମଧ୍ୟବର୍ତ୍ତୀକାଳୀନ ରିଲିଫ ଘୋଷଣା କରିଛନ୍ତି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସମସ୍ତ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
Saddened by the loss of lives due to heavy rains as well as landslides in Arunachal Pradesh. My thoughts are with the bereaved families. May the injured recover quickly. All possible assistance is being provided to those affected.
— Narendra Modi (@narendramodi) July 10, 2020
କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଭୂସ୍ଖଳନର ଏକ ଭିଡିଓ ଟ୍ୱିଟରରେ ଶେଆର କରିଛନ୍ତି।
Heavy rain is lashing down in Arunachal Pradesh causing massive landslides in many locations. Tragically 8 lives were lost in a single day. CM @PemaKhanduBJP ji’s govt is taking all possible steps to help the families of the deceased. Center will also extend all possible help. pic.twitter.com/k9O6tWhwFC
— Kiren Rijiju (@KirenRijiju) July 10, 2020
ସପ୍ତାହେ ଧରି ଅରୁଣାଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୪୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁ ଅନେକ ନଦୀରେ ବନ୍ୟାପାଣି ଆସିଛି। ଅରୁଣାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଆସନ୍ତା କିଛି ଦିନ ମଧ୍ୟରେ ଅରୁଣାଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବନ୍ୟା ଆଶଙ୍କା ନେଇ ମଧ୍ୟ Central Water Commissionଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।