ଡ୍ରୋନ୍‌ ଯୋଗେ ଭାରତ ସୀମାକୁ ଅସ୍ତ୍ର ପଠାଉଛି ପାକିସ୍ତାନ

ଚଣ୍ଡୀଗଡ଼: ହେଭି ଲିଫ୍ଟିଂ ଡ୍ରୋନ୍‌ ଯୋଗେ ଭାରତୀୟ ସୀମାକୁ ଅସ୍ତ୍ର ପଠାଉଛି ପାକିସ୍ତାନ। ପଞ୍ଜାବର ତରନ୍‌ ତାରନ୍‌ଠାରେ ବ୍ୟାପକ ପରିମାଣର ଅସ୍ତ୍ର ଜବତ ପରେ କରାଯାଇଥିବା ତଦନ୍ତରୁ ଯେଉଁ ତଥ୍ୟ ଆସିଛି, ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବ। ଏହି ତଦନ୍ତରୁ ଜଣାପଡ଼ିଛି ଗତ ୮ ଦିନରେ ୧୦ ଥର ଏଭଳି ଉପାୟରେ ଏକେ-୪୭, ଜାଲ ନୋଟ୍‌ ଏବଂ ଡ୍ରଗ୍ସ ଆଦି ଭାରତୀୟ ସୀମାକୁ ଆସିଛି।

ଏହି ଅସ୍ତ୍ର ଏବଂ ଗୁଳିଗୋଳା ଭାରତ ପହଞ୍ଚାଇ ପଞ୍ଜାବ ଏବଂ ଆଖପାଖ ଅଞ୍ଚଳରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା ରହିଥିଲା। ଏଥିପାଇଁ ବିଭିନ୍ନ ଖଲିସ୍ତାନ ସମର୍ଥକଙ୍କୁ ଉସକାଇବାର ଥିଲା। ପାକିସ୍ତାନ ଆଇଏସ୍‌ଆଇ ସମର୍ଥିତ ଏହି ଷଡ଼ଯନ୍ତ୍ର ବାବଦରେ ଜାଣିବା ପରେ ପଞ୍ଜାବ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଥିଲା ଏବଂ ଏହି ଅସ୍ତ୍ରଶସ୍ତ୍ର ସହ ଏକ ଡ୍ରୋନ୍‌ ଜବତ ହେବା ବର୍ତ୍ତମାନ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ଗତ ୨୨ ତାରିଖରେ ତରନ୍‌ ତାରନ୍‌ରୁ ଗିରଫ ହୋଇଥିବା ୪ ଜଣ ଖଲିସ୍ତାନ୍‌ ଜିନ୍ଦାବାଦ୍‌ ଫୋର୍ସ ଆତଙ୍କବାଦୀଙ୍କଠାରୁ ଏହି ଡ୍ରୋନ୍‌ ବାବଦରେ ସୂଚନା ମିଳିଥିଲା। କୁହାଯାଉଛି, ଏପରି ଡ୍ରୋନ୍‌ ହିଁ ଅସ୍ତ୍ର ଏବଂ ଅନ୍ୟ ସାମଗ୍ରୀ ସୀମାପାର କରୁଥିଲା।

କମ୍‌ ଉଚ୍ଚତାରେ ଉଡ଼ୁଥିବା ଏହି ଡ୍ରୋନ୍‌ର ରିମୋଟ୍‌ କଣ୍ଟ୍ରୋଲ ପାକିସ୍ତାନରେ ରହୁଥିଲା ଏବଂ ଭାରତରେ ଖଲିସ୍ତାନ ସମର୍ଥକମାନେ ଏହାକୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ସଂଗ୍ରହ କରୁଥିଲେ। ଏହି ଆତଙ୍କବାଦୀମାନେ ଡ୍ରୋନ୍‌ଟିକୁ ପୋଡ଼ିବାର ଯୋଜନା କରିଥିଲେ ମଧ୍ୟ ଏପରି କରିପାରିନଥିଲେ, ଯାହାକି ପୂରା ଷଡ଼ଯନ୍ତ୍ର ଉପରୁ ପର୍ଦ୍ଦା ଉଠାଇବାରେ ସଫଳ ହୋଇଛି। ବର୍ତ୍ତମାନ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟ ଏହାକୁ ନେଇ ପରୀକ୍ଷା ଆରମ୍ଭ କରିଛି। ଫଳରେ ଗୁଇନ୍ଦା ସ୍କାନର୍‌ ଏବଂ ରାଡାର୍‌କୁ ଏଡ଼ାଇବା ପାଇଁ ଏହି ଗ୍ୟାଜେଟ୍‌ରେ କେଉଁ ଟେକ୍ନୋଲୋଜି ବ୍ୟବହୃତ ହୋଇଛି ତାହା ଜଣାପଡ଼ିବ।

ଏହି ଡ୍ରୋନ୍‌ ଚାଇନା ନିର୍ମିତ ଏବଂ ଏହା ୧୦ କେଜି ଓଜନର ଉପକରଣ ସହ ଆସିଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବର ୯ରୁ ୧୬ ତାରିଖ ମଧ୍ୟରେ ଖଲିସ୍ତାନୀ ଗ୍ରୁପ୍‌ ଏହି ଅସ୍ତ୍ର ପଠାଉଥିଲା। ଗିରଫ ହୋଇଥିବା ଆତଙ୍କୀ ଆକାଶଦୀପ କହିଛି ସେ ପାକିସ୍ତାନରେ ରହୁଥିବା ରଣଦୀପ ସିଂହ ନୀଟା ସହ ଯୋଗାଯୋଗରେ ଥିଲା। ଜର୍ମାନୀରେ ରହୁଥିବା ଗୁରମୀତ ସିଂହ ଓରଫ ବାଗା ତା’କୁ ନୀଟାର ଫୋନ୍‌ ନମ୍ବର ଦେଇଥିଲା। ବାଗା ହିଁ ନୀଟା ଅସ୍ତ୍ର ପଠାଇବା ବିଷୟରେ ଏବଂ ଏହାର ପହଞ୍ଚିବା ସମୟ ବାବଦରେ କହିଥିଲା। ତେବେ ତରନ୍‌ ତାରନ୍‌ ଗାଁରେ ଶେଷ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୁରା ପ୍ଲାନ୍‌ ପୁଲିସ୍‌ ନଜରକୁ ଆସିଥିଲା।

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି ଭାଇରସ୍‌‌

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

You might also like