ବାୟୁସେନାରେ ସାମିଲ୍‌ ହେବ ୮ଟି ଆମେରିକା ନିର୍ମିତ ଆପାଚ୍‌ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କାଶ୍ମୀରକୁ ନେଇ ଟକରାଟକରି ଚାଲିଛି। ଏହି ସବୁ ଭିତରେ ଆସନ୍ତାକାଲି ଭାରତୀୟ ବାୟୁସେନାରେ ୮ଟି ଆମେରିକା ନିର୍ମିତ ଆପାଚ୍‌ ହେଲିକପ୍ଟର ସାମିଲ ହେବ। ଏହା ବାୟୁସେନାର ଯୁଦ୍ଧ କରିବା କ୍ଷମତାକୁ ଆହୁରି ବଢ଼ାଇଦେବ।

ଏହି ଆପାଚ୍‌ ଏଚ୍‌-୬୪ଇ ଆକ୍ରମଣକାରୀ ହେଲିକପ୍ଟରକୁ ଆସନ୍ତାକାଲି ପଠାନକୋଟ୍ ଠାରେ ବାୟୁସେନାରେ ସାମିଲ କରାଯିବ। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଯୋଗଦେବେ। ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆପାଚ୍‌ ଏଚ୍‌-୬୪ଇ ହେଲିକପ୍ଟରକୁ ଆମେରିକା ସେନା ବ୍ୟବହାର କରିଥାଏ।

ଭାରତୀୟ ବାୟୁସେନା ୨୦୧୫ରେ ଆମେରିକା ସରକାର ଓ ବୋଇଂ ଲିଃ ସହ ୨୨ଟି ଆପାଚ୍‌ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲା। ଏଥିରୁ ୪ଟି ହେଲିକପ୍ଟରକୁ ବୋଇଂ ଜୁଲାଇ ୨୭ରେ ଭାରତକୁ ହସ୍ତାନ୍ତର କରିଥିଲା।

ଏହି ଅତ୍ୟାଧୁନିକ ବିମାନକୁ ଚଳାଇବା ପାଇଁ ଗତବର୍ଷ ବାୟୁସେନାର ଏକ ପାଇଲଟ୍ ଦଳ ଆମେରିକା ଯାଇ ପ୍ରଶିକ୍ଷଣ ନେଇଥିଲେ। ୨୦୨୦ ସୁଦ୍ଧା ସମସ୍ତ ୨୨ଟି ଯାକ ଆପାଚ୍‌ ହେଲିକପ୍ଟର ବାୟୁସେନାରେ ସାମିଲ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ୨୦୧୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୬ଟି ଆପାଚ୍‌ ଅତ୍ୟାଧୁନୀକ ହେଲିକପ୍ଟର ପାଇଁ ବୋଇଂ କମ୍ପାନୀ ସହ ଚୁକ୍ତି କରିଥିଲା। ଏହି ୬ଟି ହେଲିକପ୍ଟରରେ ଯୁଦ୍ଧାସ୍ତ୍ର ଖଞ୍ଜା ଯିବାର ବ୍ୟବସ୍ଥା କରିବାକୁ ୪,୧୬୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ତେବେ ଏହି ହେଲିକପ୍ଟରଗୁଡ଼ିକୁ ସ୍ଥଳ ସେନାରେ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like