କରୋନା ଯୋଦ୍ଧାଙ୍କ ପାଇଁ ୭ମ ଶ୍ରଣୀ ଛାତ୍ର ବାହାର କଲେ ରୋବର୍ଟ

ନୂଆଦିଲ୍ଲୀ: ସପ୍ତମ ଶ୍ରେଣୀ ଛାତ୍ରଙ୍କ ସ୍ମାର୍ଟ ଓ୍ୱାର୍କ । ଲକଡାଉନ ସମୟରେ ଘରେ ରହି ବିକଶିତ କରିଛନ୍ତି ଏକ ସ୍ମାର୍ଟ ରୋବର୍ଟ। କୋରନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଓ୍ୱାର୍ଡ ବୟ, ନର୍ସ, ଡାକ୍ତରଙ୍କୁ ଏହି ରୋବର୍ଟ କାମରେ ଆସିବ ।

ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବେଳେ ସେମାନେ ସିଧାସଳଖ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କ ପାଖରେ ସଂକ୍ରମଣ ହେବାର ଭୟ ଅଧିକ ଥାଏ। ତେଣୁ  କରୋନା ରୋଗୀଙ୍କ ପାଖକୁ ନ ଯାଇ ମେଡିକାଲ ଷ୍ଟାଫ ଯେମିତି ଚିକିତ୍ସା ଯୋଗାଇ ପାରିବେ ସେ ନେଇ ଏହି ରୋବର୍ଟ ବିକଶିତ କରିଛନ୍ତି ହାରାଷ୍ଟ୍ରର ଔରଙ୍ଗାବାଦର ସପ୍ତମ ଶ୍ରେଣୀ ଛାତ୍ର ସାଇ ସୁରେଶ ରଙ୍ଗଦାଲ।

ଏହି ରୋବଟ ରୋଗୀମାନଙ୍କୁ ମେଡିସିନ୍ ଏବଂ ଖାଦ୍ୟ ସାମଗ୍ରୀ ପହଞ୍ଚାଇବ । ଏହି ରୋବଟ ବ୍ୟାଟେରୀ ଚାଳିତ ଏବଂ ସ୍ମାର୍ଟ ଫୋନ୍ ଦ୍ୱାରା ଅପରେଟ ହୋଇପାରିବ । ଏକ କେଜି ଓଜନର ଖାଦ୍ୟ ସାମଗ୍ରୀ, ମେଡିସିନ୍ ବହନ କରିବାର କ୍ଷମତା ଏହି ରୋବଟ ପାଖରେ ରହିଥିବା କହିଛନ୍ତି ସାଇ । ଏହି ସ୍ମାର୍ଟ ରୋବଟର ନା ସେ ସୌର୍ୟ-ଓ୍ୱାନ୍ ପଏଣ୍ଟ ଜିରୋ ଜିରୋ ରଖିଛନ୍ତି।

You might also like