ଚାପୁଡ଼ା ମାରି ବୁଢ଼ୀ ମା’ର ଜୀବନ ନେଇଗଲା କୁଳାଙ୍ଗାର ପୁଅ

ନୂଆଦିଲ୍ଲୀ : ମା’ର ମମତା ଅତୁଳନୀୟ । ମହୋଦଧି ପରି ହୃଦୟ। ମା’ ନୁହେଁ ତ ସାକ୍ଷାତ ଦେବୀଟିଏ । ମା’ ଦୁନିଆର ସବୁଠୁ ମଧୁର ଶବ୍ଦ । ହତାଦର ନକରି ପିଲାର ସବୁ ଅଳିଅର୍ଦ୍ଦଳୀ ନୀରବରେ ସହିନିଏ । ତାର ପାଦ ଦେଲେ ଛୁଇଁଲେ ସବୁ ଦୁଃଖ କଷ୍ଟ ଯାଏ ବହୁ ଦୂରେ ହୋଇଯାଏ। ନିତି ଜଳି ଜଳି ସନ୍ତାନର ଜୀବନକୁ ଆଲୋକିତ କରୁଥାଏ। ହେଲେ ଏପରି ମଣିଷର ସ୍ନେହବୋଳା ପଣତକାନିକୁ ଭୁଲିଗଲା ପୁଅ। ଜୀବନ୍ତ ଭଗବାନ ଉପରକୁ ହାତ ଉଠାଇବାକୁ ବି ପଛାଇ ଗଲାନି। ଚାପୁଡ଼ା ମାରି ଜନ୍ମଦାତ୍ରୀର ଜୀବନ ନେଇଗଲା। ଲୁହ, ରକ୍ତ ନିଗାଡ଼ି ମଣିଷ କରିଥିବା ପୁଅ ଆଜି ସାମାନ୍ୟ ପାର୍କଂ ସମସ୍ୟା ପାଇଁ ମା’କୁ ଚିରନିଦ୍ରାରେ ଶୁଆଇଦେଲା।

ମାଆର ମମତାକୁ ଭୁଲିଗଲା କଳିଯୁଗର କୁଳାଙ୍ଗାର ପୁଅ। ସାମାନ୍ୟ ଯୁକ୍ତତର୍କ ପାଇଁ ମାକୁ ମାରିପକାଇଛି। ଦିଲ୍ଲୀର ଦ୍ୱାରିକା ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି। ପୁଅର ଚାପୁଡ଼ା ମାଡ଼ରେ ମା’ର ମୃତ୍ୟୁ ହୋଇଯାଇଛି। ସାମାନ୍ୟ ବିବାଦରୁ ମା’କୁ ମାରି ପକାଇଲା ପୁଅ। ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି। ୭୬ ବର୍ଷୀୟ ଅବତାର କୌର ଉପର ତଳ ରହୁଥିବା ବେଳେ ପୁଅ ଉପର ମହଲାରେ ରହୁଥିଲେ। ତେବେ ପାର୍କିଂକୁ ନେଇ ଦୀର୍ଘ ଦିନ ହେବ ବୃଦ୍ଧ ମହିଳାଙ୍କର ନିଜ ପୁଅ ରଣବୀର ଓ ବୋହୂଙ୍କ ସହ ବିବାଦ ଚାଲିଥିଲା। ଘଟଣା ଦିନ ମଧ୍ୟ ଏଥିପାଇଁ ଯୁକ୍ତିତର୍କ ହୋଇଥିଲା। 

ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖିବାକୁ ମିଳିଛି, ଅବତାର କୌର,  ବର୍ଷର ପୁଅ ରଣବୀର ଏବଂ ବୋହୂ ସହିତ ଛିଡା ହୋଇଛନ୍ତି ।  ପାର୍କଂ ବିବାଦ ପାଇଁ ରଣବୀରଙ୍କ ସହ ତାଙ୍କ ମାଙ୍କର ଯୁକ୍ତିତର୍କ ଚାଲିଥାଏ । ଆଉ ହଠାତ ରାଗିଯାଇ ହିତାହିତ ଜ୍ଞାନ ଭୁଲି ବୁଢ଼ୀ ମା’ଙ୍କୁ ଚାପୁଡ଼ା ମାରିଥିଲା ପୁଅ । ପୁଅର ଶକ୍ତ ଚାପୁଡ଼ା ସହି ନପାରି ତଳେ ପଡ଼ିଯାଇଥିଲେ, ଆଉ ସେହିଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଗଲା।

 

 

 

You might also like