କୋଭିଡ୍ କଟକଣା ମଧ୍ୟରେ ପାଳିତ ହେଉଛି ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: କୋଭିଡ୍ କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ । ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ  ସ୍ୱାଧୀନତା ଦିବସ ପାଳନ କରାଯାଉଛି।

ସେପଟେ  ସ୍ୱାଧୀନତା ଦିବସ ଉପଲକ୍ଷେ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଦିଲ୍ଲୀ । ସବୁଠି କଡା ପ୍ରହରା ଦେଉଛନ୍ତି ସଶସ୍ତ୍ର ବାହିନୀ । ସମଗ୍ର ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି ।

ଜମ୍ମୁ କଶ୍ମୀରରେ ମଧ୍ୟ ସ୍ୱାଧୀନତା ଦିବସ ପାଳନକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଶ୍ରୀନଗରର ଐତିହାସିକ ଲାଲ ଚୌକରେ ପୋଲିସ ଓ ସୁରକ୍ଷା କର୍ମୀ ସତର୍କ ଦୃଷ୍ଟିରେ ରଖିଛନ୍ତି । ଶ୍ରୀନଗରର ଶେର୍-ଏ-କାଶ୍ମୀର କ୍ରିକେଟ ଷ୍ଟାଡିୟମରେ ସ୍ୱାଧୀନତା ଉତ୍ସବ ପାଳନ କରାଯାଉଛି।

 

You might also like