ମୃତ ଭାବି ବଡ଼ ଭାଇକୁ ୨୦ ଘଣ୍ଟା ଫ୍ରିଜର୍‌ ବକ୍ସରେ ରଖିଲେ ସାନ ଭାଇ, ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ

ଚେନ୍ନାଇ: ଯାହାକୁ ମୃତ ଭାବି ପରିବାର ଲୋକ ଫ୍ରିଜର୍‌ ବକ୍ସରେ ରଖି ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ, ସେ ଜୀବିତ ଅଛନ୍ତି। ତାମିଲନାଡୁର ଚେନ୍ନାଇରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଜଣେ ୭୩ ‍ବର୍ଷୀୟ ବୃଦ୍ଧଙ୍କୁ ତାଙ୍କ ସାନ ଭାଇ ମୃତ ଭାବି ପାଖାପାଖି ୨୦ ଘଣ୍ଟା ଯାଏ ଫ୍ରିଜର୍‌ ବକ୍ସରେ ରଖି ଦେଇଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ସେ ଜୀବିତ ଅଛନ୍ତି।

ବୃଦ୍ଧ ଜଣକ ଜୀବିତ ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ଡାକ୍ତରମାନେ ମଧ୍ୟ ଏକ ଚମତ୍କାର ବୋଲି ଭାବିଛନ୍ତି। କାରଣ ଫ୍ରିଜରରେ ୨୦ ଘଣ୍ଟା ରହିବା ପରେ ମଧ୍ୟ ବୃଦ୍ଧ ଜଣକ ଜୀବିତ ଅଛନ୍ତି। ବର୍ତ୍ତମାନ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ସୂଚନା ମିଳିଛି।

The Times Of India ର  ରିପୋର୍ଟ ଅନୁସାରେ, ଚେନ୍ନାଇର କଦମପଟ୍ଟୀ ନିବାସୀ ୭୩ ବର୍ଷୀୟ ବାଲାସୁବ୍ରମଣ୍ୟା କୁମାର ତାଙ୍କ ଛୋଟ ଭାଇ ଶ୍ରବଣଙ୍କ(୭୦) ସହ ରୁହନ୍ତି। ସୋମବାର ଦିନ ବାଲାସୁବ୍ରମଣ୍ୟାଙ୍କ ‘ମୃତ’ ଦେହ ରଖିବା ପାଇଁ ଶ୍ରବଣ ଏକ ଫ୍ରିଜର ବକ୍ସ ମଗାଇଥିଲେ। ସେହିଦିନ ଅପରାହ୍ଣ ୪ଟାରେ ଦୋକାନ ଷ୍ଟାଫ୍‌ ଫ୍ରିଜର ବକ୍ସ ଡେଲିଭରି କରିଥିଲେ ଓ କହିଥିଲେ ଯେ ଏହାକୁ ୨ ଦିନ ପରେ ଆସି ନେଇଯିବେ। ଯେତେବେଳେ ଦୋକାନ ଷ୍ଟାଫ୍‌ ଜଣକ ଫ୍ରିଜର ବକ୍ସ ନେବା ପାଇଁ ଆସିଥିଲେ, ଏହି ସମୟରେ ଫ୍ରିଜରରେ ଥିବା ଶବ ହଲ୍‌ଚଲ୍ ହେଉଥିବା ଭଳି‌ ତାଙ୍କୁ ଲାଗିଥିଲା। ଏହାପରେ ସେ ତୁରନ୍ତ ପୋଲିସ୍‌କୁ ଏସମ୍ପର୍କରେ ଜଣାଇଥିଲେ ଓ ଶେଷରେ ଜଣାପଡ଼ିଥିଲା ଯେ ବାଲାସୁବ୍ରମଣ୍ୟା ଜୀବିତ ଅଛନ୍ତି।

ପୋଲିସ୍‌ ସୂଚନା ଅନୁସାରେ, ବାଲାସୁବ୍ରମଣ୍ୟା ସୋମବାର ଦିନ ବେହୋସ୍‌ ହୋଇପଡ଼ିଥିଲେ। ଏହାପରେ ତାଙ୍କ ଛୋଟ ଭାଇ ଶ୍ରବଣଙ୍କୁ ଲାଗିଥିଲା ଯେ, ତାଙ୍କର ମୃତ୍ୟୁ ହୋଇଯାଇଛି। ଏଥିପାଇଁ ଶବକୁ ସଂରକ୍ଷଣ କରି ରଖିବା ପାଇଁ ସେ ଫ୍ରିଜର ବକ୍ସ ମଗାଇଥିଲେ ଓ ସେଥିରେ ସେ ବାଲାସୁବ୍ରମଣ୍ୟାଙ୍କୁ ରଖି ଦେଇଥିଲେ। ତେବେ ଶ୍ରବଣ ମାନସିକ ସ୍ତରରେ ଠିକ୍‌ ନ ଥିବା ପୋଲିସ୍‌ ଅନୁମାନ କରୁଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like