’ଏକୁଟିଆ ଜୀବନ ବିତାଇବା ଯନ୍ତ୍ରଣାଦାୟକ’ : ଜୀବନସାଥୀ ଖୋଜୁଛନ୍ତି ୭୩ ବର୍ଷୀୟ ମହିଳା

ବୟସର ଶେଷ ପାହାଚରେ ଏକୁଟିଆ ପଣ ଦୂର ପାଇଁ ବିଜ୍ଞାପନ ଦେଲେ ବୃଦ୍ଧ ମହିଳା

ମହୀଶୂର : ଜୀବନର ଶେଷ ସମୟରେ ଚାଲିଛି ଜୀବନସାଥୀ ଖୋଜା । ଭବିଷ୍ୟତର ଠିକଣା ନଥିବା ବେଳେ ଅତୀତର ଅଲିଭା ପୃଷ୍ଠାକୁ ଆଦରି ନୂଆ ଇତିହାସ ଲେଖିବାକୁ ଚାହାନ୍ତି ବୃଦ୍ଧ ମହିଳା । ଦୁନିଆରେ ଏକା ଏକା ଜୀବନ କାଟିକା ସତରେ ଅତି ଯନ୍ତ୍ରଣାଦାୟକ । କର୍ଣ୍ଣାଟକ ମହୀଶୂରରେ ରହୁଥିବା ଜଣେ ୭୩ ବର୍ଷୀୟ ମହିଳା ବିବାହ କରିବା ପାଇଁ  ବିଜ୍ଞାପନ ଦେଇଛନ୍ତି । ମାଟ୍ରିମୋନିଆଲ ସାଇଟରେ ଜୀବନସାଥୀ ଖୋଜୁଥିବା ମହିଳାଙ୍କ ବୟସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ବୟସରର ଅପରାହ୍ନରେ ପୁଣି ଥରେ ବିବାହ କରିବା ବିଷୟରେ ଚିନ୍ତା କରିବା ବହୁତ ବଡ଼ କଥା ବୋଲି କିଛି ମତ ପ୍ରକାଶ କରିଛନ୍ତି ।

ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଏକୁଟିଆ ହୋଇଯାଇଛନ୍ତି ମହିଳା ଜଣକ । ସୁଖ, ଦୁଃଖ ବାଣ୍ଟିବା ପାଇଁ ନିଜର ବୋଲି କେହି ନାହାନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ଛପିଥିବା ଖବର ଅନୁସାରେ,  ଏକ ମାଟ୍ରିମୋନିଆଲ ସାଇଟରେ ମହିଳା ଜଣକ ନିଜ ବାୟୋଡାଟା ତିଆରି କରିଛନ୍ତି । ସେ ଜଣେ ସୁସ୍ଥ ବ୍ରାହ୍ମଣ ପାତ୍ର ଖୋଜୁଛନ୍ତି‌, ଅନ୍ୟପଟେ ପାତ୍ର ବୟସରେ ତାଙ୍କ ଠାରୁ ବଡ଼ ହୋଇଥିବା ଆବଶ୍ୟକ । ଏବେ ଶେଷ ସମୟରେ ସାଙ୍ଗରେ ରହି ସମୟ ବିତାଇ‍ ପାଇଁ ଜଣେ ଜୀବନସାଥି ସରକାର  । ତେବେ ଏହି ବିଜ୍ଞାପନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ବିଜ୍ଞାପନ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ମହିଳାଙ୍କୁ ଶୁଭକାମନା ଜଣାଇବା ସହ କିଛି ଲୋକେ ଧୋକାଦାରୀରୁ ବଞ୍ଚିବା ପାଇଁ ପରାମର୍ଶ ଦେଇଛନ୍ତି ।

ମହିଳା ଏବେ ଏପରି ବୟସରେ ଉପନୀତ, ଯେ ସେ ନିଜେ ନିଃସଙ୍ଗ ଅନୁଭବ କରୁଛନ୍ତି । ପରିବାରରେ ଏବେ ତାଙ୍କର ନିଜର ବୋଲି କହିବାକୁ କେହି ନାହାନ୍ତି । ସ୍ୱାମୀଙ୍କ ଠାରୁ ବହୁତ ବର୍ଷ ପୂର୍ବରୁ ଅଲଗା ହୋଇ ସାରିଛନ୍ତି । ମହିଳା ଜଣକ କହିଛନ୍ତି, ତାଙ୍କର ବୈବାହିକ ଜୀବନ ବହୁତ ଯନ୍ତ୍ରଣାସିକ୍ତ ଥିଲା । ବିବାହରେ ମିଳିଥିବା ଦୁଃଖ ଓ ତା’ପରେ ଛତାଡ଼ପତ୍ର କଷ୍ଟ ପାଇଁ ପାଇଥିବା କଷ୍ଟ ପାଇଁ ସେ ଦ୍ୱିତୀୟ ବିବାହ କରିନଥିଲେ । କିନ୍ତୁ ଏବେ ବୟସର ଶଷ ପାହାଚରେ ଜଣେ ମନର ମଣିଷ ଖୋଜୁଛନ୍ତି। ନିଜର ଦୁଃଖ ସୁଖ ବାଣ୍ଟି, ଏକୁଟିଆପଣ ଦୂର କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

ତେବେ ସମାଜର ରୂଢ଼ିବାଦୀ ପରମ୍ପରାରୁ ଉର୍ଦ୍ଧ୍ୱକୁ ଉଠି ଏପରି ଏପରି ସାହସିକ ପଦକ୍ଷେପକୁ ଯୁବଗୋଷ୍ଠୀ ବେଶ ପ୍ରଶଂସା କରୁଛନ୍ତି ।  ତେବେ କିଛି ଲୋକ କହିଛନ୍ତି ମହିଳା ଜଣକ ଅତି ସତର୍କତାର ସହ ପାତ୍ର କୋଜିବା ଆବଶ୍ୟକ । କାରଣ ଅପରାଧୀମାନେ ସେମାନଙ୍କ ଭାବନା ସହିତ ଖେଳିବା ସହ ତାଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ।

You might also like