୭୨ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି
ଦିଲ୍ଲୀର ରାଜପଥରେ ଫୁଲ ଡ୍ରେସ୍ରେ ରିହାରସାଲ
ନୂଆଦିଲ୍ଲୀ : ୭୨ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି। ଏନେଇ ଅାଜି ଦିଲ୍ଲୀର ରାଜପଥରେ ସ୍ୱାଧୀନତା ଦିବସ ପାଇଁ ଫୁଲ୍ ଡ୍ରେସ୍ରେ ରିହାରସାଲ ହୋଇଛି। ଏଥିରେ ସ୍ଥଳ ସେନା, ବାୟୁସେନା ଓ ନୌସେନାର ଯବାନ ମାନେ ପରେଡ ପ୍ରଦର୍ଶନ କରିଥିଲେ। ଏଥିସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଓ ଏନସିସି କ୍ୟାଡେଟ ମାନେ ସାମିଲ ହୋଇଥିଲେ।
ଏହି ଅବସରରେ ବିଭିନ୍ନ ପ୍ରଜ୍ଞାପନ ମେଢ଼ ମଧ୍ୟ ଏଥିରେ ଶୋଭା ପାଇଥିଲା। ଦିଲ୍ଲୀର ବିଜୟ ଚୌକରୁ ଲାଲ୍କିଲ୍ଲା ପର୍ଯ୍ୟନ୍ତ ପରେଡ କରିଥିଲେ। ଫୁଲ୍ ଡ୍ରେସ୍ ରିହାରରସାଲ ଦେଖିବାକୁ ରାଜପଥରେ ଦର୍ଶକଙ୍କ ଭିଡ ଜମିଥିଲା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ଅାସନ୍ତା ୧୫ ତାରିଖରେ ୭୨ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ।