ସିନ୍ଧୁଙ୍କୁ ବାହାହେବା ପାଇଁ ଏମିତି ଧମକ ଦେଲେ ବୃଦ୍ଧ

ଚେନ୍ନାଇ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଏହା ଏକ ଜୋକ ନା ଆଉ କିଛି। ହେଲେ ପ୍ରକୃତରେ ଏମିତି ଘଟଣା ଘଟିଛି। ତାମିଲନାଡୁର ରାମନାଥପୁରମ ଜିଲ୍ଲାରେ ରହୁଥିବା ଜଣେ ୭୦ ବର୍ଷୀୟ ମାଲାୟିସାମୀ ବିଶ୍ୱ ବିଜେତା ପ୍ରସିଦ୍ଧ ଶଟଲର ପିଭି ସିନ୍ଧୁଙ୍କୁ ବିବାହ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି।

ମାଲାସିୟାମୀ ତାଙ୍କ ଆବେଦନରେ ୨୪ ବର୍ଷୀୟ ସିନ୍ଧୁଙ୍କୁ ବାହା ହେବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ ଏନେଇ ବ୍ୟବସ୍ଥା କରନ୍ତୁ ବୋଲି ଦାବି କହିଛନ୍ତି। ଏଥିସହ ଯଦି ଜିଲ୍ଲା ପ୍ରଶାସନ ବାହାଘର ପାଇଁ ବ୍ୟବସ୍ଥା ନ କରିବ, ତା’ହେଲେ ସେ ବାଧ୍ୟ ହୋଇ ସିନ୍ଧୁଙ୍କୁ ଅପହରଣ କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

ଜିଲ୍ଲାପାଳଙ୍କ ଦ୍ୱାରା ପ୍ରତି ସପ୍ତାହରେ ଜନ ସମାବେଶ ହୁଏ। ଏଠାକୁ ଆସୁଥିବା ଲୋକମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ନିଜର ଅଭିଯୋଗ ଦାଖଲ କରନ୍ତି। ଏହିକ୍ରମରେ ୭୦ ବର୍ଷୀୟ ମାଲାସିୟାମୀ ମଧ୍ୟ ଅଭିଯୋଗ ପ୍ରକଷ୍ଠୋକୁ ଯାଇଥିଲେ।

ହେଲେ ସେଠାରେ ସିଏ ଏମିତି ଅଜବ କଥା ନିଜ ଆବେଦନରେ ଦର୍ଶାଇଥିଲେ ଯେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ମାଲାସିୟାମୀ ନିଜ ଆବେଦନପତ୍ର ସହ ବିଶ୍ୱ ବିଜେତା ସିନ୍ଧୁଙ୍କ ଏକ ଫଟୋ ସାଙ୍ଗରେ ଧରି ଯାଇଥିଲେ।

ମାଲାସିୟାମୀ ଏହି ସମୟରେ ସିନ୍ଧୁଙ୍କୁ ବାହା ହେବାକୁ ଚାହୁଁଥିବା କହିଥିଲେ। ଏହାପରେ ସେ ନିଜ ଜନ୍ମ ତାରିଖ ୨୦୦୪ ଏପ୍ରିଲ ୪ ବୋଲି କହିଥିଲେ। ଏଥିସହ ତାଙ୍କୁ ବର୍ତ୍ତମାନ ୧୬ ବର୍ଷ ବୋଲି ମଧ୍ୟ ନିଜ ଆବେଦନପତ୍ରରେ ଉଲ୍ଲେଖ କରିଥିଲେ। ସିନ୍ଧୁଙ୍କ କ୍ରୀଡ଼ା କ୍ୟାରିୟର ଭଲ ଭାବେ ଚାଲିଛି ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ସେଠାରେ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି ଭାଇରସ୍‌‌

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

You might also like